ଆନନ୍ଦ ( ଗୁଜରାଟ) : ଗୁଜରାଟ ସ୍ଥିତ ଆନନ୍ଦରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ବୁଲେଟ୍ ଟ୍ରେନ୍‌ ପ୍ରୋଜେକ୍ଟର ସାଇଟ୍‌ରେ କଙ୍କ୍ରିଟ୍‌ ବ୍ଲକ୍‌ ଖସିବା ଖବର ସାମ୍ନାକୁ ଆସିଛି। ଏଠାରେ ବ୍ରିଜ୍‌ ନିର୍ମାଣର କାମ ଚାଲୁ ଥିଲା। ଏହି ସମୟରେ ହଠାତ୍‌ କଂକ୍ରିଟ୍‌ର ବ୍ଲକ୍‌ ଖସି ପଡ଼ିଲା , ଯେଉଁଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଉ ୪ଜଣ ଶ୍ରମିକ ଚାପି ହୋଇଥିବା ଖବର ଆସିଥିଲା। 

ଘଟଣାର ସୂଚନା ମିଳିବା କ୍ଷଣି ଆଣନ୍ଦ ପୋଲିସକର୍ମୀ ଓ ଅଗ୍ନିଶମ ବାହିନୀର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଉଦ୍ଧାରକାରୀ ଦଳ ସବୁ ଲୋକଙ୍କୁ ସୁରକ୍ଷିତ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସୂଚନା ମୁତାବିକ , ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଆଉ ୧-୨ ଜଣ ଶ୍ରମିକ ଚାପି ହୋଇ ଥିବାର ଆଶଙ୍କା କରାଯାଉଛି । ଅଧିକାରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ମୃତଦେହ ଉଦ୍ଧାର କରାଯାଇ ନାହିଁ। ଭଗ୍ନାବଶେଷକୁ ହଟାଇବା କାମ ଚାଲୁ ରହିଛି। 

ଏହି ଘଟଣାକୁ ନେଇ ନ୍ୟାସନାଲ ହାଇ ସ୍ପିଡ୍‌ ରେଳ କର୍ପୋରେସନ ଲିମିଟେଡ୍‌ର ବୟାନ ସାମ୍ନାକୁ ଆସିଥିଲା। ଆଜି ( ମଙ୍ଗଳବାର) ସନ୍ଧ୍ୟା ୫ଟା ସମୟରେ ମାହି ନଦୀରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ନିର୍ମାଣ ସ୍ଥଳରେ, ୩ଜଣ ଶ୍ରମିକ କଂକ୍ରିଟ୍‌ ବ୍ଲକ୍‌ ମଧ୍ୟରେ ଫସି ଯାଇଥିବା କୁହାଯାଇ ଥିଲା। କ୍ରେନ୍‌ର ବ୍ୟବହାର କରି ତାଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଥିଲା। ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସଦ୍ୟ ଖବର ମୁତାବକ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଆଉ ୪ଜଣ ଶ୍ରମିକ ଚାପି ହୋଇଛନ୍ତି। 

କହି ରଖୁଛୁ କି, ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଗୁଜରାଟର ନବସାରୀ ଜିଲ୍ଲାରେ ଖରେରା ନଦୀରେ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ୨୯ ଅକ୍ଟୋବର ପୂରା ହୋଇ ଯାଇଥିଲା । କରିଡର ପାଇଁ ବାପୀ ଓ ସୁରତ ବୁଲେଟ ଟ୍ରେନ୍‌ ଷ୍ଟେସନ ମଧ୍ୟରେ ସବୁ ୯ଟି ନଦୀ ବ୍ରିଜ୍‌ର ନିର୍ମାଣ କରାଯାଇ ସାରିଛି। ଗୁଜରାଟ ରାଜ୍ୟରେ ୨୦ଟି ନଦୀ ବ୍ରିଜ୍‌ରୁ ୧୨ଟି ନଦୀ ବ୍ରିଜ୍‌ର ନିର୍ମାଣ ପୂରା କରାଯାଇ ସାରିଛି। 

କହି ରଖୁଛୁ କି, ମୁମ୍ୱାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ୍ ଚଲେଇବାକୁ ନ୍ୟାସନାଲ ହାଇ-ସ୍ପିଡ୍‌ ରେଳ କର୍ପୋରେସନ ଲିମିଟେଡ୍‌ ଦିନ-ରାତି ଲାଗି ପଡ଼ିଛି। ଏହି ହାଇସ୍ପିଡ୍‌ ରେଳ କରିଡୋର ପ୍ରକଳ୍ପର ନିର୍ମାଣରେ ପ୍ରମୁଖ ପ୍ରଗତି ହୋଇଛି।