PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ଵର, ୦୭/୦୫ : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ, ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତର ସମୟରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି। ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରୀ ଦେବ ବୋଲି ୨୦୧୪ ବିଜେଡି ତା ନିର୍ବାଚନ ଇସ୍ତାହାରରେ କହିଥିଲା। ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରୀ ବୋଲି ପ୍ରଶ୍ନ କରିଛନ୍ତି ତାରା।

ତାରା ବାହିନୀପତି ପୁଣି କହିଛନ୍ତି ଯେ, ରାଜ୍ୟରେ ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି। ନିଯୁକ୍ତି କ୍ଷେତ୍ରରେ ସରକାର ଯୁବବର୍ଗଙ୍କୁ ନିରୁତ୍ସାହ କରିଛନ୍ତି ଗାଁ ଗାଁରେ ମଦ ଦୋକାନ ଖୋଲିଛନ୍ତି। ସେଇଭଳି ମନ୍ତ୍ରୀ ଖାଲି ବହାଷ୍ପୋଟ ମାରିଛନ୍ତି। ପାଣିଚିଆ ଉତ୍ତର ରଖିଛନ୍ତି। ବେରୋଜଗାରୀକୁ ସରକାର ପ୍ରାଥମିକତା ଦେଇ ନାହାଁନ୍ତି। ନିର୍ବାଚନ ବୈତରଣୀ ପାର ହେବାକୁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ସର୍ବାଙ୍ଗୀନ ବିକାଶ କଥା ଯାହା କହୁଛନ୍ତି ତାହା ହାସ୍ୟାସ୍ପଦ। ୧୯୯୯ ରୁ ୨୦୦୮ ମଧ୍ୟରେ ୪୫,୫୧୩ ମୂଳ ପଦବୀ ଉଛେଦ ହୋଇଛି। ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଆଧାରରେ ୨ ଲକ୍ଷ ୨୬,୫୧୩ ପଦବୀ ଖାଲି ପଡ଼ିଛି। ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। ବେକାରୀ ସମସ୍ୟା ରହିବାରେ ସରକାରଙ୍କ ଭୂମିକା ରହିଛି। ଅମଲାତନ୍ତ୍ର, ଅହଙ୍କାର, ଦୁର୍ନୀତିରେ ସରକାର ଡୁବି ରହିଛନ୍ତି। ବେକାରୀକୁ ଭସ୍ମାସୁର ଭାବେ ତିଆରି କରୁଛନ୍ତି। ଯେଉଁଦିନ ଭସ୍ମାସୁର ଛୁଇଁବ ସେଦିନ ସରକାର ଭସ୍ମ ହୋଇଯିବେ। ୨୨ ବର୍ଷ ଭିତରେ ଅପାରଗତା ଓ ସ୍ଥାଣୁତା ପାଇଁ ବେକାରୀ ବଢିଛି।