PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଝଟ୍‌କା ! ଭାରତରେ ବଢିଛି ବେରୋଜଗାରୀଙ୍କ ସଂଖ୍ୟା, ଜୁନରେ ୧.୩୦ କୋଟି ଲୋକଙ୍କ କମିଛି ରୋଜଗାର

ନୂଆଦିଲ୍ଲୀ ୦୫/ ୦୭: ଭାରତରେ ପୁଣି ଚିନ୍ତା ବଢାଇଲାଣି ବେରୋଜଗାରୀ । ଜନତାଙ୍କ ରୋଜଗାର କମିବା ସହିତ ବେରୋଜଗାରୀଙ୍କ ସଂଖ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହେବାକୁ ଯାଉଛି । କେବଳ ଜୁନ ମାସର ରିପୋର୍ଟ ଉପରେ ନଜର ପକାଇଲେ ସ୍ପଷ୍ଟ ଅନୁମେୟ ଯେ, ଭାରତରେ ଏଭଳି ସମସ୍ୟା କେତେ ଭୟଙ୍କର ।

ରିପୋର୍ଟ ଅନୁଯାୟୀ, କେବଳ ଚଳିତ ବର୍ଷ ଜୁନ ମାସରେ ବେରୋଜଗାର ଦର ବୃଦ୍ଧିପାଇ ୭.୮୦ ପ୍ରତିଶତରେ ପହଞ୍ଚିଯାଇଛି । ଗତ ମାସରେ କେବଳ କୃଷି କ୍ଷେତ୍ରରେ ହିଁ ଏକ କୋଟି ୩୦ ଲକ୍ଷ ଲୋକଙ୍କ ରୋଜଗାର ବ୍ୟାପକ ଭାବେ ହ୍ରାସ ପାଇଛି । ଯାହା ଫଳରେ ବେରୋଜଗାରୀ ବୃଦ୍ଧିପାଇଛି । ସିଏମ୍‌ଆଇଇ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଟେନସନ୍‌ ବଢିଛି ।

କେନ୍ଦ୍ର ସରକାରଙ୍କ ଭାରତୀୟ ଅର୍ଥନୀତି ସର୍ବେକ୍ଷଣ (CMIE) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଜୁନ ମାସରେ ରୋଜଗାର ହ୍ରାସ ପାଇଥିବାରୁ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ବୃଦ୍ଧିପାଇ ୮.୦୩ ପ୍ରତିଶତରେ ପହଞ୍ଚିଯାଇଛି । ଯାହାକି ମେ ମାସ ତୁଳନାରେ ୦.୭୩ ପ୍ରତିଶତ ଅଧିକ । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ରୋଜଗାରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ସହରାଞ୍ଚଳରେ ଏହି ହାର ମେ ମାସରେ ୭.୧୨ ପ୍ରତିଶତ ରହିଥିବା ବେଳେ ଜୁନରେ ତାହା ସାମାନ୍ୟ ବୃଦ୍ଧିପାଇ ୭.୧୨ ପ୍ରତିଶତ ହୋଇଛି ।

CMIE ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି, କରୋନା ମହାମାରୀର ପ୍ରକୋପ କମିଥିଲେ ସୁଦ୍ଧା ଜୁନ ମାସରେ ରୋଜଗାର ଏଭଳି କମ ହେବା ଚିନ୍ତାର ବିଷୟ । ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ତେବେ କୃଷି କ୍ଷେତ୍ରରେ ପରିବର୍ତ୍ତନ ହୋଇଥିବାରୁ ଜୁଲାଇ ମାସରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ।

ମହେଶ ବ୍ୟାସ କହିଛନ୍ତି, ‘କେବଳ ଜୁନ ମାସରେ ହିଁ ୧.୩୦ କୋଟି ଲୋକଙ୍କ ରୋଜଗାର ହ୍ରାସ ପାଇଛି । ସେହିଭଳି ବେରୋଜଗାରୀଙ୍କ ସଂଖ୍ୟା ୩୦ ଲକ୍ଷ ବୃଦ୍ଧିପାଇଛି । ଏହି ସଂଖ୍ୟା ବିଶେଷ କରି ଅଣସଂଗଠିତ କ୍ଷେତ୍ରଗୁଡିକରୁ ଆସିଛି । ଅନେକ ସଂଖ୍ୟାରେ ଶ୍ରମିକ କାମ ଛାଡି ଚାଲିଯିବାକୁ ଏଭଳି ସମସ୍ୟା ଦେଖାଦେଇଛି । କିନ୍ତୁ ଆର୍ଥିକ ସମସ୍ୟା ସେଭଳି କିଛି ନାହିଁ । ଜନସାଧାରଣଙ୍କ ରୋଜଗାର କମିବାର ଏକ ପ୍ରମୁଖ କାରଣ ହେଉଛି ମୌସୁମୀ । ସଠିକ ସମୟରେ ମୌସୁମୀ ନଆସିବାରୁ ଚାଷ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡିଛି’।

ବେରୋଜଗାରୀରେ ସବୁଠାରୁ ଆଗରେ ରହିଛି ହରିୟାଣା । ସେଠାରେ ବେରୋଜଗାରୀଙ୍କ ସଂଖ୍ୟା ୩୦.୬ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୯.୮ ପ୍ରତିଶତ, ଆସାମରେ ୧୭.୨ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ୧୭.୨ ପ୍ରତିଶତ ଏବଂ ବିହାରରେ ୧୪ ପ୍ରତିଶତ ରହିଛି ।