ବିଷାକ୍ତ ସାପ କାମୁଡ଼ାରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ

ବୀରମହାରାଜପୁର, ୧୯/୦୩ : ବିଷାକ୍ତ ସାପ କାମୁଡ଼ାରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।
ସୂଚନା ଅନୁସାରେ, ସୁବଲୟା ଥାନା ଅଧିନସ୍ଥ କିରାଶିରା ଗାଁରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ କୈାଣସି ବିଷାକ୍ତ ସାପ କାମୁଡାରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ ଶବ ସଂରକ୍ଷିତ ଗୃହରେ ରଖାଯାଇଥିବା ବେଳେ ଆଜି ସୁବଲୟା ପୁଳିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି ।