ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏବେ ଘରେ ଲୁଚାଇ ପାରିବେନି ଲିଭ୍-ଇନ୍ ରିଲେସନ୍, ହଲାଲା- ବହୁ ବିବାହ ଉପରେ ରୋକ୍... ଜାଣନ୍ତୁ UCCରେ ବଦଳିବ କ'ଣ ?

Published By : Rasmita Pradhan | January 27, 2025 1:34 PM

ଡେରାଡୁନ, ୨୭/୦୧ : ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (UCC)। ମୁଖ୍ୟ ସେବକ ସଦନରେ ୟୁସିସି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଦେଶରେ ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ। ଏହି ନିୟମ ଲାଗୁ ହେବା ପରେ ଲିଭ୍-ଇନ୍ ରିଲେସନ୍, ବିବାହ, ବହୁବିବାହ, ଛାଡ଼ପତ୍ର, ସମ୍ପତ୍ତିଗତ ଅଧିକାରରେ ବହୁ ନିୟମ ବଦଳିବ। ବିବାହ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ। ସବ ଧର୍ମରେ ଛାଡ଼ପତ୍ର ଆଇନ ସମାନ ହେବ। ବହୁବିବାହ ଏବଂ ହଲାଲା ପ୍ରଥା ବନ୍ଦ ହେବ। ଲିଭ୍-ଇନ୍ ରିଲେସନସିପ୍‌ରେ ରହିଲେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ। 

ଏହି ଖବରଟିକୁ ପଢନ୍ତୁ-ପୁଣେରେ ପ୍ରଥମ ମୁଣ୍ଡ ନେଲା ଗୁଲେନ ବେରି ସିଣ୍ଡ୍ରୋମ୍, GBS ରୋଗୀ ସଂଖ୍ୟା ୧୦୦ ପାର୍

କେଉଁ ନିୟମରେ ହେଲା ପରିବର୍ତ୍ତନ ?

ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବାପରେ ୨୦୧୦ ମାର୍ଚ୍ଚ ୨୬ ତାରିଖ ପରଠାରୁ ସବୁ ଦମ୍ପତି ବିବାହ ଏବଂ ଛାଡପତ୍ର ପଞ୍ଜିକରଣ କରିବା ଅନିବାର୍ଯ୍ୟ ହେବ। ଗ୍ରାମ ପଞ୍ଚାୟତ, ନଗର ପଞ୍ଚାୟତ, ନଗରପାଳିକା, ନଗରନିଗମ, ମହାନଗର ପାଳିକା ସ୍ତରରେ ପଞ୍ଜିକରଣ ସୁବିଧା ମିଳିବ। ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ। ଏପରିକି ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସବୁ ଧର୍ମ ଏବଂ ସମୁଦାୟ ପାଇଁ ବିବାହ, ଛାଡ଼ପତ୍ର, ଭରଣପୋଷଣ ଭତ୍ତା ନିୟମ ସମାନ ହେବ। ବିବାହ ପାଇଁ ପୁଅଙ୍କ ସର୍ବନିମ୍ନ ବୟସ ୨୧ ଏବଂ ଝିଅଙ୍କର ସର୍ବନିମ୍ନ ବୟସ ୧୮ ହେବ। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଛାଡ଼ପତ୍ରରେ ସମାନ କାରଣ ଦେଇପାରିବେ। ହଲାଲା ଏବଂ ଇଦ୍ଦତ ଭଳି ପ୍ରତା ବନ୍ଦ ହେବ। ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଗଲେ ଛଡ଼ପତ୍ର ଏବଂ ଭରଣପୋଷଣ ଭତ୍ତା ପାଇଁ ଆବେଦନ କରିପାରିବେ। ବହୁବିବାହ ପ୍ରଥା ବନ୍ଦ ହେବ। ସମ୍ପତ୍ତିରେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ। ଲିଭ୍-ଇନ୍ ରିଲେସନସିପ୍‌ରେ ଜନ୍ମିତ ଶିଶୁକୁ ସମ୍ପତ୍ତିଗତ ଅଧିକାର ମିଳିବ। ବିବାହ ପଞ୍ଜିକରଣ ଦେଇ ଘର, ହଷ୍ଟେଲ କିମ୍ବା ପିଜି ଭଡ଼ାରେ ନେବେ। ଲିଭ୍‌-ଇନ୍ ସମ୍ପର୍କରେ ବିଚ୍ଛେଦ ହେଲେ ପଞ୍ଜିକରଣ କରିବାକୁ ପଡ଼ିବ। ପଞ୍ଜିକରଣ ନକଲେ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ସବୁ ଧର୍ମରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ମିଳିବ ହେଲେ ଅନ୍ୟ ଧର୍ମରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ମିଳିବନି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.