ନୂଆଦିଲ୍ଲୀ, ୦୧/୦୨: ଅର୍ଥମନ୍ତ୍ରୀଙ୍କ ଫୋକସରେ ଗରିବ, ଯୁବା,ଅନ୍ନଦାତା ଏବଂ ନାରୀ । ନିର୍ମଳା ସୀତାରମଣଙ୍କ ନାଲି ଫାଇଲରେ ଏହି ଚାରି ବର୍ଗଙ୍କ ପାଇଁ ହାତଖୋଲା ପାଣ୍ଠି । ପ୍ରସ୍ତାବିତ ବିକାଶର ଅନେକ ଲକ୍ଷ୍ୟ ଓ ପଦକ୍ଷେପ । ୧୦ଟି ପ୍ରମୁଖ କ୍ଷେତ୍ରକୁ ପରିବ୍ୟାପ୍ତ ପ୍ରସ୍ତାବିତ ବିକାଶମୂଳକ ପଦକ୍ଷେପରେ ବିକାଶକୁ ଅଧିକ କ୍ରିୟାଶୀଳ କରିବା ଏବଂ ସମାବେଶୀ ବିକାଶ ଦେବାର ଲକ୍ଷ୍ୟ । ଆମେ ଅଧିକତର ବିକାଶ ହାସଲ ଲକ୍ଷ୍ୟରେ ଆମ ସାମର୍ଥ୍ୟକୁ ପ୍ରସାରିତ କରିବାକୁ ଆମେ ଏକାଠି ଆମର ଯାତ୍ରାକୁ ଜାରି ରଖିବା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହି ବଜେଟ ୨୦୨୫-୨୬ ଉପାସ୍ଥାପନର ଆରମ୍ଭ କରିଛନ୍ତି ।
ବିରୋଧୀ ସଦସ୍ୟଙ୍କ ନାରାବାଜି ସତ୍ତ୍ବେ ଜାତୀୟ ବଜେଟ୍ର ଉପସ୍ଥାପନା ସହ ପଢିଛନ୍ତି ଅର୍ଥମନ୍ତ୍ରୀ । ବିକାଶକୁ ଫୋକସ ତାପରେ ବଜେଟର ମୁଖ୍ୟ ଲକ୍ଷ୍ୟ ବୋଲି ଉଲ୍ଲେଖ କରି ସେ କହିଛନ୍ତି । ଅନ୍ୟ ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତ ସବୁଠୁ ଅଧିକ କ୍ଷୁଦ୍ର ବିକଶୀଳ ଅର୍ଥନୀତି । ଗତ ୧୦ ବର୍ଷରେ ଆମ ବିକାଶର ଟ୍ରାକ୍ ରେକର୍ଡ ଏବଂ ଢାଞ୍ଚାଗତ ସଂସ୍କାର ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଆମେ ଆଶାବାନ ଯେ, ପରବର୍ତ୍ତୀ ୫ ବର୍ଷ ସମସ୍ତ ବର୍ଗ ତଥା ଅଞ୍ଚଳର ସମତୁଲ ବିକାଶକୁ ତ୍ବରାନିତ କରି ସବ୍କା ବିକାଶ ହାସଲରେ ଏକ ଅନନ୍ୟ ସୁଯୋଗ ହେବ ।
ଅର୍ଥମନ୍ତ୍ରୀ ସୀତାରମଣଙ୍କ ଭାଷଣର ମୁଖ୍ୟାଂଶ:
୨୦୨୫-୨୬ ବଜେଟରେ ୬ ଟି ଦିଗ ଉପରେ ଅଧିକ ସଂସ୍କାର ଲକ୍ଷ୍ୟ । ସେଗୁଡିକ ହେଲା ଟିକସ, ସହରାଞ୍ଚଳ ବିକାଶ , କଣି , ଆର୍ଥିକ କ୍ଷେତ୍ର , ଶକ୍ତି ଏବଂ ନିୟାମକ ସଂସ୍କାର ।
କୃଷକଙ୍କ ପାଇଁ କ'ଣ ?
ପ୍ରଧାନମନ୍ତ୍ରୀ ଧନ ଧ୍ୟାନ କୃଷି ଯୋଜନାରେ ୧୦୦ ଜିଲ୍ଲାକୁ ଫୋକସ୍ । ସେହିସବୁ ଜିଲ୍ଲାକୁ ମିଳିବ ୧.୭ କୋଟି କୃଷକଙ୍କୁ ସହାୟତା । ଏହା ସହ କୃଷି ଋଣ ଯୋଜନା ସୀମା ବା କିଷାନ କ୍ରେଡ଼ିଟ୍ ଲିମିଟ୍କୁ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ଘୋଷଣା କରାଯାଇଛି । ଆଧୁନିକ ଫସଲର ଘନତ୍ବ ବୃଦ୍ଧି ସହ ହାରାହାରି ଋଣ ପରିମାଣଠୁ କମ୍ ଋଣ ପାଉଥିବା କୃଷକଙ୍କୁ ଅଧିକ ସହାୟତା ଲକ୍ଷ୍ୟ ।
- ଯୁବବର୍ଗ ,ମହିଳା ଏବଂ କୃଷକ ବା ଅନ୍ନଦାତାଙ୍କ ବିକାଶ ଲକ୍ଷ୍ୟରେ ସରକାର ଗ୍ରାମାଞ୍ଚଳ ସମୃଦ୍ଧି , ପୁନର୍ବିନ୍ୟାସ କାର୍ଯ୍ୟକ୍ରମର ପ୍ରସ୍ତାବ ଘୋଷଣା କରିଛନ୍ତି ।
- ଡାଲି ଜାତୀୟ ଖାଦ୍ୟରେ ଆତ୍ମନିର୍ଭର ହାସଲ ଲାଗି ୬ ବର୍ଷର ସମୟସୀମା ଧାର୍ଯ୍ୟ କରିଛନ୍ତି ଅର୍ଥମନ୍ତ୍ରୀ । ବିଶେଷ କରି ହରଡ଼,ମସୁର ,ବୁଟ ଡ଼ାଲି ଉପରେ ଅଧିକ ଫୋକସ୍।
- ପନିପରିବା , ଫଳ ଆଦି ଉତ୍ପାଦକ ବୃଦ୍ଧି ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ସେଥିରେ ପ୍ରୋତ୍ସାହନ ମୂଲ୍ୟର ମଧ୍ୟ ବ୍ୟବସ୍ଥା ରହିଛି।
- ଅଧିକ ଉତ୍ପାଦନକ୍ଷମ ବୀଜ ଉତ୍ପାଦକ ଲାଗି ଏକ ଜାତୀୟ ମିଶନ କାର୍ଯ୍ୟକାରୀ ହେବ ।
- ତୁଳା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ୫ ବର୍ଷିଆ ଅଭିଯାନର ଘୋଷଣା କରାଯାଇଛି।
- କୃଷକ କ୍ରେଡ଼ିଟ୍ କାର୍ଡ୍ରେ ଋଣ ସୀମା କୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ବିହାର ପାଇଁ 'ମଖାନା ବୋର୍ଡ'
ଫକ୍ସ ନଟ୍ ଅର୍ଥାତ୍ ପଦ୍ମ ମଞ୍ଜି ବା ମଖାନାର ଉତ୍ପାଦନ ବୃଦ୍ଧି ଏବଂ ପ୍ରକ୍ରିୟାକରଣ ଲାଗି ମଖାନା ବୋର୍ଡ ଗଠନ କରାଯିବ । ଏହି ବୋର୍ଡ ମଖାନା ଉତ୍ପାଦନ ଓ ପ୍ରକ୍ରିୟାକରଣ ଜନିତ ବିଭାଗ ଜଡିତ ବିଭିନ୍ନ ଦିଗରେ କାର୍ଯ୍ୟ କରିବ।
ଷ୍ଟାର୍ଟଅପ୍ ଲାଗି ଘୋଷଣା:
ମାନଯୁକ୍ତ ଉତ୍ପାଦ ସହ ଏମ୍ଏସଏମ୍ଇ ବା ଅଣୁକ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡ଼ିକ ଆମ ମୋଟ୍ ରପ୍ତାନୀରେ ୪୫ ପ୍ରତିଶତ ଋଣ ନେଇଥାନ୍ତି । ଏହାକୁ ଅଧିକ ବିକଶିତ କରିବା ଲକ୍ଷ୍ୟରେ ଏମ୍ଏସ୍ଏମ୍ଇର ବିତ୍ତୀୟକରଣରେ ପୁଞ୍ଜି ନିବେଶ ଏବଂ ବ୍ୟବସାୟୀଙ୍କ ପରିମାଣ ସୀମର ବୃଦ୍ଧି କରାଯାଇଛି।
ଭାରତୀୟ ଡ଼ାକକୁ ବୃହତ୍ ସାଧାରଣ ଲଜିଷ୍ଟିକ୍ ସଂଗଠରେ ରୂପାନ୍ତରିତ କରାଯିବ । ଯେଉଁଥିରେ ଗ୍ରାମାଞ୍ଚଳର ୧ ଲକ୍ଷ ୫୦ ହଜାର ପୋଷ୍ଟ ଅଫିସ ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ପ୍ରମୁଥକ ଭୂମିକା ନେବ ।
ମହିଳାଙ୍କ ପାଇଁ :
ମହିଳାଙ୍କ ପାଇଁ ହାତ ଖୋଲିଦେଇଛନ୍ତି ଅର୍ଥମନ୍ତ୍ରୀ । ୫ ଲକ୍ଷ ପ୍ରଥମ ମହିଳା , ଅନୁସୂଚିତ ଜାତି,ଜନଜାତିର ଉଦ୍ୟୋଗୀଙ୍କ ଲାଗି ୨ କୋଟି ପର୍ଯ୍ୟନ୍ତ ଟର୍ମ ଲୋନ୍ ଯୋଜନା ଆରମ୍ଭ ହେବ ।