ନୂଆଦିଲ୍ଲୀ,୦୧/୦୨; ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ୭.୮୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ ହୋଇଛି । ଗତଥର ଅପେକ୍ଷା ଏଥର ୧ କୋଟି ଅଧିକ ଆବଣ୍ଟନ ମିଳିଛି । ସାମରିକ ପ୍ରସ୍ତୁତି, ଆଧୁନିକୀକରଣ ଉପରେ ଗୁରୁତ୍ବ । ପ୍ରତିରକ୍ଷା ଆଧୁନିକୀକରଣ ପାଇଁ ୨.୧୯ ଲକ୍ଷ କୋଟି ଦିଆଯାଇଛି । ରାଫେଲ୍ ଫାଇଟର୍ ଜେଟ୍, ସବ୍ମେରାଇନ, ୟୁଏଭି ପାଇଁ ବ୍ୟୟ ଅଟକଳ ହୋଇଛି । ବଜେଟରେ ଡିଫେନ୍ସକୁ ଏହି ବଳ ଶତ୍ରୁ ଦେଶ ପାଇଁ ଟେନସନ ବଢ଼ାଇ ଦେଇଛି ।

.ମୋଟ ପ୍ରତିରକ୍ଷା ବଜେଟ- ୭.୮ ଲକ୍ଷ କୋଟି । ପୂର୍ବ ବଜେଟ ତୁଳନାରେ ୧୪-୧୫ ପ୍ରତିଶତ ଅଧିକ
.କାପିଟାଲ ବଜେଟ (ଆଧୁନୀକିକରଣ)- ୧.୮୦ ଲକ୍ଷ କୋଟିରୁ ବଢି ୨.୧୯ ଲକ୍ଷ କୋଟି ହୋଇଛି । ନୂଆ କିଣା, ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଟେକନିକ ଉପରେ ଗୁରୁତ୍ୱ
.ଫୋକସ- ଘରୋଇ ଉତ୍ପାଦ (ଆତ୍ମନିର୍ଭର ଭାରତ), ସ୍ୱଦେଶୀ ଅସ୍ତ୍ରଶସ୍ତ୍ର । ପ୍ରଥମରୁ ପ୍ରତିରକ୍ଷା ଉତ୍ପାଦ ରେକର୍ଡ ସ୍ତରରେ ଅଛି ।

ଏହି ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ କାରଣ ବିଶ୍ୱରେ ଯୁଦ୍ଧ ଏବଂ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ରୁଷ-ୟୁକ୍ରେନ, ଭାରତ-ଚୀନ ଏବଂ ଭାରତ-ପାକିସ୍ତାନ ସୀମାରେ ଚ୍ୟାଲେଞ୍ଜ ରହିଛି । ଭାରତକୁ ତାର ସେନା ଆଧୁନୀକିକରଣ କରିବାର ଆବଶ୍ୟକତା ରହିଛି । ଯେପରି ଡ୍ରୋନ, ମିସାଇଲ, ଫାଇଟର ଜେଟ ଏବଂ ସାଇବର ସୁରକ୍ଷା । ରକ୍ଷା ମନ୍ତ୍ରଣାଳୟ ପାଖରେ ଅନେକ ବଡ଼ ପ୍ରୋଜେକ୍ଟ ଅଛି । ଏହି ବଜେଟ ସେଥିରେ ସହଯୋଗ କରିବ । ଅପରେସନ ସିନ୍ଦୂର ପରି ଘଟଣା ପରେ ବୈଶ୍ୱିକ ବିପଦ ବଢିଛି । ପ୍ରତିରକ୍ଷା ବିଶେଷଜ୍ଞ ୨୦ ପ୍ରତିଶତ ଦାବି କରିଥିଲେ । ରପ୍ତାନୀ ଲକ୍ଷ୍ୟ ୨୦୨୯ ଯାଏ ୫୦,୦୦୦ କୋଟି ଟଙ୍କାର ରହିଛି ।

​​​​​​​

ଏହା ବି ପଢନ୍ତୁ...ଦେଶରେ ତିଆରି ହେବ ୩ ନୂଆ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ,୫ ମେଡିକାଲ ଟୁରିଜିମ ହବ୍ ପ୍ରତିଷ୍ଠାରେ ମିଳିବ ସହାୟତା