ନୂଆଦିଲ୍ଲୀ,୧।୨: ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ, ସରକାର ଏକ ନୂତନ ଯୋଜନା ମାଧ୍ୟମରେ ଆୟୁଷ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନା ଅନୁସାରେ, ରାଜ୍ୟଗୁଡ଼ିକୁ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବାରେ ସହାୟତା କରାଯିବ, ଯାହାର ଲକ୍ଷ୍ୟ ହେଉଛି ସମନ୍ୱିତ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନକୁ ବିସ୍ତାର କରିବା।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତିନୋଟି ନୂଆ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ବା ଏମ୍ସ ନିର୍ମାଣ କରିବାର ପ୍ରସ୍ତାବ ଦେଇଛନ୍ତି।ଏହି ହବ୍ରେ ଆୟୁଷ କେନ୍ଦ୍ର ସହିତ ଆଧୁନିକ ଡାଇଗ୍ନୋଷ୍ଟିକ୍ ଇନଫ୍ରାଷ୍ଟ୍ରକଚର ଓ ପୋଷ୍ଟ କେୟାର ପୁନର୍ବାସ ସୁବିଧା ଦିଆଯିବ,ଯାହାଫଳରେ ରୋଗୀଙ୍କୁ ବ୍ୟାପକ ଦେଖାଶୁଣା କରିହେବ। ଏହାଦ୍ବାରା ମେଡିକାଲ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଯାହାଫଳରେ ଆଞ୍ଚଳିକ ସ୍ବାସ୍ଥ୍ୟ ଇକୋସିଷ୍ଟମ ମଜବୁତ ହେବ ଓ ପାରମ୍ପାରିକ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହନ ମିଳିବ।
ଅପଗ୍ରେଡ୍ ହେବ ଆୟୁଷ ଫାର୍ମାସି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟରେ ତିନୋଟି ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁଷ ଫାର୍ମାସିକୁ ଅପଗ୍ରେଡ୍ କରିବାର ପ୍ରସ୍ତାବ ଦେଇଥିଲେ। ଆୟୁଷ ଫାର୍ମାସି ଏବଂ ଔଷଧ ପରୀକ୍ଷଣ ପ୍ରୟୋଗଶାଳାକୁ ଉନ୍ନତ କରାଯିବ। ଅର୍ଥମନ୍ତ୍ରୀ ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଇଥିଲେ। ଏହା ସହିତ, ଘରୋଇ କ୍ଷେତ୍ର ସହିତ ସହଯୋଗରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ପ୍ରତିଷ୍ଠା କରାଯିବ।
WHO ଚିକିତ୍ସା କେନ୍ଦ୍ରକୁ କରାଯିବ ଉନ୍ନତ
ବଜେଟ ଭାଷଣରେ, ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ଗୁଜରାଟର ଜାମନଗରରେ ଥିବା ଡବ୍ଲୁଏଚ୍ଓ ପାରମ୍ପରିକ ଔଷଧ କେନ୍ଦ୍ରକୁ ଆହୁରି ଉନ୍ନତ କରାଯିବ। ଏହା ଆୟୁର୍ବେଦ, ଯୋଗ ଏବଂ ୟୁନାନି ପାଇଁ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରଦାନ କରିବ। ଏହି କେନ୍ଦ୍ର ବିଶ୍ୱସ୍ତରୀୟ ଚିକିତ୍ସା ଗବେଷଣା ଏବଂ ନୀତି ନିର୍ଦ୍ଧାରଣରେ ଏକ ଭୂମିକା ଗ୍ରହଣ କରିବ। ଏହି ଉନ୍ନତି ଉନ୍ନତ ଚିକିତ୍ସାକୁ ନେଇଯିବ।
ଆହୁରି ପଢନ୍ତୁ :ସେୟାର ମାର୍କେଟ ଧରାଶାୟୀ: ସେନସେକ୍ସ ୨,୩୦୦ ପଏଣ୍ଟ ହ୍ରାସ, ଗୋଟିଏ ଝଟକାରେ ନିବେଶକ ହରାଇଲେ ୮ ଲକ୍ଷ କୋଟି