ନୂଆଦିଲ୍ଲୀ,୦୧/୦୨; ସରିଲା ଅପେକ୍ଷା, ଖୋଲିଲା ପେଡ଼ି । ଆସିଛି କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ବିରଳ ଖଣିଜ କରିଡର ନେଇ ବଜେଟ୍ରେ ଘୋଷଣା ହୋଇଛି । କେରଳ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁରେ ଖଣିଜ କରିଡର ହେବ ।