ନୂଆଦିଲ୍ଲୀ,୦୧/୦୨ : ଆସିଲା କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।ଏମଏସଏମଇ ବିକାଶ ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି।୧୦,୦୦୦ କୋଟି ଟଙ୍କାର ସମର୍ପିତ MSME ବିକାଶ ପାଣ୍ଠି ଆରମ୍ଭ ହେବ । ଲଘୁ, ମଧ୍ୟମ ଉଦ୍ୟମକୁ ଚାମ୍ପିଅନ୍ ଏବଂ ସୂକ୍ଷ୍ମ ଉଦ୍ୟମକୁ ସହାୟତା ପ୍ରଦାନ ଲକ୍ଷ୍ୟ ରହିଛି। ସେହିପରି ଆତ୍ମନିର୍ଭର ଭାରତ ରାଜକୋଷରେ ଅତିରିକ୍ତ ୨ ହଜାର କୋଟି ରଖାଯିବ। ଟ୍ରେଡ୍ସ୍ ସହ ଏମଏସଏମଇ ପାଇଁ ୭ ଲକ୍ଷ କୋଟିରୁ ଅଧିକ ଧନରାଶି ସହାୟତା ଦିଆଯିବ ୬ବୋଲି ଘୋଷଣା ହୋଇଛି।