PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବିମାନବନ୍ଦର ସେବା ଯାଞ୍ଚ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର,୩ା୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା । ଟର୍ମିନାଲରୁ ଏମୁଣ୍ଡରୁ ସେ ମୁଣ୍ଡ ବୁଲୁଥାନ୍ତି । ସବୁ ବ୍ୟବସ୍ଥା ଓ ସେବା ଯାଞ୍ଚ୍‌ କରୁଥାନ୍ତି । ବିମାନବନ୍ଦର ପରିସର ଚକାଚକ୍‌ ଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଯାତ୍ରୀଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଯାତ୍ରୀଙ୍କ ମୁହଁରୁ ବିମାନବନ୍ଦରର ସେବା ବାବଦରେ ପଚାରି ବୁଝିଥିିଲେ ।
ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରର ସବୁ ବ୍ୟବସ୍ଥା ଓ ସେବା କେମିତି ଚାଲିଛି, ତା’ର ଅନୁଧ୍ୟାନ କରିଥିଲେ । ପ୍ରଥମେ ଟର୍ମିନାଲର ସଫେଇ ବ୍ୟବସ୍ଥା ଯାଞ୍ଚ୍‌ କରିଥିଲେ । ଏପରିକି ଟଏଲେଟ ଏବଂ ୱାସ୍‌ ରୁମ୍‌କୁ ଯାଇ ସ୍ୱଚ୍ଛତା ସ୍ଥିତି ଅନୁଧ୍ୟାନ କରିଥିଲେ । ତାଙ୍କ ସାଥୀରେ ବିମାନବନ୍ଦର ନିର୍ଦ୍ଦେଶକ ବି ଥିଲେ । ଟର୍ମିନାଲ ବାହାରେ ପାର୍କିଂ ବ୍ୟବସ୍ଥା କେମିତି ଚାଲିଛି, ତା’ ଉପରେ ବି କେନ୍ଦ୍ର ମନ୍ତ୍ରୀ ନଜର ପକାଇଥିଲେ । ନିଜେ ସବୁ ବ୍ୟବସ୍ଥା ଓ ସେବାର ସ୍ଥିତି ଦେଖିବା ପରେ ଯାତ୍ରୀମାନଙ୍କର ମତାମତ ଜାଣିବାକୁ ଇଚ୍ଛା କରିଥିଲେ । ୨/୩ଜଣ ଯାତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ନିଜ ପରିଚୟ ଦେଇ ବିମାନବନ୍ଦରର ସ୍ୱଚ୍ଛତା ଓ ସେବା ବାବଦରେ ପଚାରିଥିଲେ । ତେବେ ସମସ୍ତ ଯାତ୍ରୀ ବିମାନବନ୍ଦର ସେବା ଓ ସ୍ୱଚ୍ଛତାର ପ୍ରଶଂସା କରିଥିଲେ ।
ଏହା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ନିକଟରେ ଶିଳାନ୍ୟାସ ଦିଆଯାଇଥିବା ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌, ବିମାନ ପାର୍କିଂ ପ୍ରକଳ୍ପ ବାବଦରେ ପଚାରିଥିଲେ । ୯୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ତୃତୀୟ ଟର୍ମିନାଲ ପ୍ରକଳ୍ପ ବାବଦରେ ବି ଆଲୋଚନା କରିଥିଲେ । ଏପ୍ରିଲ ପହିଲାରୁ ନୂଆ ପାର୍କିଂ ନୀତି ଲାଗୁ କରିବା ଉପରେ ବି ଗୁରୁତ୍ୱ ଦେଇଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ସେ ବିମାନବନ୍ଦର ପରିସରରେ ରହିଥିଲେ ।
ନୂଆ ପାର୍କିଂ ନୀତି ସମ୍ପର୍କରେ ଶ୍ରୀ ହୋତା କହିଛନ୍ତି, ଆସନ୍ତା ଏପ୍ରିଲ ପହିଲାରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବ । ଏହି ନୀତି ଲାଗୁ ହେବା ପରେ ବିମାନବନ୍ଦରକୁ ଯାତ୍ରୀ ଆଣିବା ଓ ଛାଡ଼ିବା ପାଇଁ ଯାଉଥିବା ଘରୋଇ ଗାଡ଼ି କୌଣସି ଫି’ ଦେବେ ନାହିଁ । ଯେଉଁ ଗାଡ଼ି ପାର୍କିଂ ଏରିଆ ବ୍ୟବହାର କରିବେ, ସେଥିପାଇଁ ଫି’ ଦେବାକୁ ପଡ଼ିବ । ଫି’ ମଧ୍ୟ କମ୍‌ ରଖାଯାଇଛି । ୩୦ ମିନିଟ୍‌ ଭିତରେ ହେଲେ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ିବ । ୩୦ ମିନିଟ୍‌ ଟପିଲେ ୫୫ ଟଙ୍କା ଦେବାକୁ ହେବ । ୨ ଚକିଆ ଯାନ ପାଇଁ ପ୍ରଥମ ୩୦ ମିନିଟ୍‌ରେ ୧୫ ଟଙ୍କା ରଖାଯାଇଛି ବୋଲି ଶ୍ରୀ ହୋତା କହିଛନ୍ତି ।