ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ 'ଏମର୍ଜେନ୍ସି' ର ସ୍ପେଶାଲ ସ୍କ୍ରିନିଂ

Published By : Anindita Ratha | January 12, 2025 2:25 PM

ନୂଆଦିଲ୍ଲୀ,୧୨/୦୧: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ଆସନ୍ତା ୧୭ରେ ରିଲିଜ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଫିଲ୍ମ ପ୍ରମୋସନ ପାଇଁ ଲାଗି ପଡ଼ିଛନ୍ତି । ଆଉ ଏହାରି ମଧ୍ୟରେ କଙ୍ଗନା ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂର କରିଥିଲେ ଆୟୋଜନ। ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ ସେହି ଫଟୋରେ କଙ୍ଗନା ରାଣାୱତଙ୍କୁ ଥିଏଟର ଭିତରେ ନୀତିନ ଗଡକରୀ ଓ ଅନୁପମ ଖେରଙ୍କ ସହ ଦେଖିବାକୁ ମିଳିଛି। ଏଥିସହ ନୀତିନଙ୍କୁ ଫିଲ୍ମଟି ବହୁତ ପସନ୍ଦ ଆସିଥିବା ଫଟୋରେ ଜଣାପଡୁଛି। ଫଟୋରେ ଅଭିନେତ୍ରୀ ଶାଢ଼ି ପିନ୍ଧିଥିବାର ନଜର ଆସିଛନ୍ତି। କଙ୍ଗନା ପ୍ରଶଂସକମାନଙ୍କୁ ଏକ ସୂଚନା ଦେଇଥିଲେ ଯେ ସେ ନାଗପୁରରେ ନୀତିନ ଗଡକରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରିଛନ୍ତି। କିଛି ଦିନ ପୂର୍ବରୁ କଙ୍ଗନା ଅନୁପମ ଖେରଙ୍କ ମାଆ ଦୁଲାରୀଙ୍କୁ ଭେଟିଥିଲେ। ଅନୁପମ ଏହି ସମୟର ଏକ ଭିଡିଓ ସେୟାର କରିଥିଲେ। ଏଥିରେ ଲେଖାଯାଇଥିଲା ଯେ କଙ୍ଗନା ଏବଂ ଦୁଲାରୀ: ପାହାଡ଼ର ଦୁଇ ଶକ୍ତିଶାଳୀ ମହିଳା। ତେବେ  ଫିଲ୍ମ 'ଏମରଜେନ୍ସି' ରେ କଙ୍ଗନା ରାଣାୱତଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଚଳିତ ମାସ ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ସମେତ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରରେ କଙ୍ଗନା ଅଭିନୟ ସହ  ନିର୍ଦ୍ଦେଶନା  ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.