ଗୁଣୁପୁର,୧୨।୩(ଆପ୍ର) : ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିବା ଜଣେ ଯୁବକଙ୍କ ନିଆରା ଉଦ୍ୟମ । ଫୋପଡା ଯାଇଥିବା ସୋଲାର ପ୍ୟାନେଲ୍କୁ ବ୍ୟବହାର କରି ସାଇକେଲରେ ବିଦ୍ୟୁତ୍ ଉତ୍ପାଦନ। ଫୋପଡା ଯାଇଥିବା ସୋଲାର ପ୍ୟାନେଲ୍ରୁ ବିଦ୍ୟୁତ୍ ତିଆରି କରି ସାଇକେଲରେ ଲଗାଇଛନ୍ତି ଲାଇଟ୍ ଓ ସ୍ପିକର୍ ମୋବାଇଲ୍ ଚାର୍ଜର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ ।

ପ୍ଲାଷ୍ଟିକ ୱେଷ୍ଟେଜ୍ ବୋତଲ ସଂଗ୍ରହ କରି ଜୀବିକା ଚଳାଉଉଥିବା ଜଣେ ଯୁବକ ନିଜସ୍ୱ ଉଦ୍ୟମରେ ଫୋପଡାଯାଇଥିବା ସୋଲାର ପ୍ୟାନେଲ୍କୁ ବ୍ୟବହାର କରି ସାଇକେଲରେ ଏକ ଛୋଟ ବିଦ୍ୟୁତ୍ ବ୍ୟବସ୍ଥା ତିଆରି କରିଛନ୍ତି। ସାଇକେଲରେ ସେ ସୋଲାର ପ୍ୟାନେଲ୍ ବୋର୍ଡ୍, ପ୍ୟାନେଲ୍ ବକ୍ସ ଓ ବିଦ୍ୟୁତ୍ ସଂଗ୍ରହ ପାଇଁ ବ୍ୟାଟେରୀ ବାନ୍ଧିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସେ ସାଇକେଲରେ ଲାଇଟ୍ ଚାଲୁ କରିବା ସହିତ ଗୀତ ଶୁଣିବା ପାଇଁ ଏକ ଛୋଟ ସ୍ପିକର୍ ମଧ୍ୟ ଲଗାଇଛନ୍ତି। ଏପରିକି ମୋବାଇଲ୍ ମଧ୍ୟ ଚାର୍ଜ କରିପାରୁଛନ୍ତି। ଦିନରେ ସେ ଜରି ଗୋଟେଇବା କିମ୍ବା ପ୍ଲାଷ୍ଟିକ ବୋତଲ ସଂଗ୍ରହ କାମରେ ବ୍ୟସ୍ତ ରହୁଥିବା ବେଳେ ଖାଲି ସମୟରେ ଏହି ସୋଲାର ବିଦ୍ୟୁତ୍ ବ୍ୟବସ୍ଥା ଦ୍ୱାରା ସଙ୍ଗୀତ ଶୁଣି ନିଜର ମନୋରଞ୍ଜନ କରୁଛନ୍ତି।

ଏହି ଯୁବକଙ୍କ ନାମ ଗାମେଲା ବାସୁ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ ଜିଲ୍ଲାର ପାଲକୁଣ୍ଡା ଅଞ୍ଚଳ ମର୍ଜୀରାମଣୀପେଟା ଗ୍ରାମ ବାସିନ୍ଦା । ତାଙ୍କର ଏହି ଅଞ୍ଚଳରେ ନିଜର ବୋଲି କୌଣସି ବାସସ୍ଥାନ ନାହିଁ। ଦିନରେ ରାସ୍ତା ଓ ଘାଟରେ ପଡୁଥିବା ଓ୍ବେଷ୍ଟ ପ୍ଲାଷ୍ଟିକ୍ ବୋତଲ, ଜରି ଗୋଟାଉଛି। ରାତ୍ରି କଟାଇବା ପାଇଁ କେତେବେଳେ ମନ୍ଦିର ବେଢା ଆଶ୍ରୟ ସ୍ଥଳୀ ହେଉଛି ତ ଆଉ କେତେବେଳେ ରାସ୍ତା ପାର୍ଶ୍ବ ରେ ଥିବା ବିଶ୍ରାମଗାର ପାଲଟିଛି ଆଶ୍ରୟସ୍ଥଳୀ । ଯୁବକଙ୍କ କହିବା ଅନୁଯାୟୀ ଦିନରେ ପରିଶ୍ରମ କରୁଛନ୍ତି ଯଦି ଗୀତ ଶୁଣିବାକୁ ଇଛା ହୁଏ ତେବେ ଖୋଲାମେଲାରେ ଆଶ୍ରୟ ନେଉଥିବାରୁ ବିଦ୍ୟୁତ୍ ଚାର୍ଜ ମାଧ୍ୟମରେ ଏକ ସ୍ପିକରରେ ଗୀତ ଶୁଣିବାକୁ ଆଗ୍ରହ ଥିଲା। ଗୋଟିଏ ସ୍ପିକର କିଣିବା ପରେ ଚାର୍ଜ କରିବା ପାଇଁ ଜଣକ ଉପରେ ଭରସା କରୁଥିଲେ। ଯାହାକୁ ଭରସା କରୁଥିଲେ ସେମାନେ ଗୀତ ଶୁଣିବା ଚିପ୍, ସ୍ପିକର ଚୋରି କରି ନେଇ ଯାଇଥିଲେ। ଶେଷରେ କାହା ଉପରେ ଭରସା ନକରି ଗୀତ ଶୁଣିବା ପାଇଁ ଏକ ଭିନ୍ନ ଚିନ୍ତା ଧାରା ଆପଣେଇ ସୋଲାର ମାଧ୍ୟମରେ ବିଦ୍ୟୁତ୍ ଉଦଭାବନ କରିବା ପାଇଁ ଚିନ୍ତା କରିଥିଲେ। ପରବର୍ତ୍ତି ସମୟରେ ସେ ଧରୁଥିବା ସାଇକେଲରେ ଲୋକେ ଫେପାଡି ଦେଇଥିବା ସୋଲାର ପେନାଲ ବୋର୍ଡକୁ ପଛରେ ବାନ୍ଧି ସେଥିରୁ ବିଦ୍ୟୁତ୍ ଉଦଭାବନ କରି ଗୀତ ଶୁଣିବା ପାଇଁ ପ୍ରୟାସ କରି ସଫଳ ହୋଇଥିଲେ। । ତାଙ୍କର ଏହି ନିଆରା ଉଦ୍ୟମ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।