ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ୟୁନିଟ-୧ ସୁପର ମାର୍କେଟ କମ୍ପେ୍ଲକ୍ସ ପ୍ରକଳ୍ପକୁ ବିରୋଧ: ଆଗ ଥଇଥାନା ଦରକାର, ନଚେତ୍ ଇଞ୍ଚେ ଜାଗା ଛାଡ଼ିବୁନି...

ଭୁବନେଶ୍ୱର,୨୫/୦୯: ୧ ନମ୍ବର ହାଟ ଜାଗାରେ ସୁପର ମାର୍କେଟ କମ୍ପେ୍ଲକ୍ସ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଣ୍ଟା ଭିଡ଼ିଛି । ଖୁବ୍‌ଶୀଘ୍ର ବିଏମସି ଟେଣ୍ଡର ଡାକିବାକୁ ପ୍ରସ୍ତୁତ ହେଉଥିବାବେଳେ କଣ୍ଟା ହେଲେଣି ପରିବା ବ୍ୟବସାୟୀ । ଟେଣ୍ଡର ଖବର ପାଇଁ ତାତି ଉଠିଛି କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘ ।

ସଂଘର ସଦସ୍ୟମାନେ କହିଛନ୍ତି, ପ୍ରଥମେ ଆମକୁ ଥଇଥାନ କର । ଆମ ପାଇଁ ଭଗବାନପୁରରେ ଯେଉଁ ମାର୍କେଟ କରିବା କଥା, ସେଇଟା ଆଗେ କର । ତା’ପରେ ଆମେ ଏଠି ହଟିବୁ । ନ ହେଲେ ହଟିବାର ପ୍ରଶ୍ନ ଉଠୁନି । ଇଞ୍ଚେ ଜମି ଛାଡ଼ିବୁନି । ପରିସ୍ଥିତି ଯାହା ହେବ, ସେଥିପାଇଁ ବିଏମସି ଦାୟୀ ରହିବ ।

ସଂଘର ଏଭଳି ଚେତାବନୀ ପରେ ବିଏମ୍‌ସିର ଚିନ୍ତା ବଢ଼ିଲାଣି । ବିଏମସି ଆଗେଇବ ନା ଡରରେ ପଛାଇବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି । କିନ୍ତୁ ବିଏମସି ଅଧିକାରୀମାନେ ସଫା କହିଛନ୍ତି, ବହୁତ ବିଳମ୍ବ ହୋଇଗଲାଣି । ଏବେ ଆଉ କିଛି ଶୁଣିବୁନି । ୟୁନିଟ-୧ରେ ଯେମିତି ହେଉ ସୁପର ମାର୍କେଟ କମ୍ପେ୍ଲକ୍ସ ହେବ । ସେଥିପାଇଁ ଯାହା ଦରକାର କରାଯିବ ।

ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ଭଗବାନପୁରରେ ପ୍ରସ୍ତାବିତ ହୋଲସେଲ ପରିବା ମାର୍କେଟ ପ୍ରକଳ୍ପ କାମ ଶୀଘ୍ର ସାରିବା ଦରକାର । ପରିବା ବ୍ୟବସାୟୀଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଅ । ଯେ ପର୍ଯ୍ୟନ୍ତ ଭଗବାନପୁରରେ ହାଟ ପ୍ରକଳ୍ପ ସରିନି, ୟୁନିଟ-୧ ମାର୍କେଟ କମ୍ପେ୍ଲକ୍ସ ପାଇଁ ଇଞ୍ଚେ ଜାଗା ଛାଡ଼ିବୁନି ।

ସେ କହିଛନ୍ତି ଯେ, ଦୀର୍ଘ ୪୦ ବର୍ଷ ଧରି ପରିବା ବ୍ୟବସାୟୀମାନେ ବ୍ୟବସାୟ କରି ଆସୁଛନ୍ତି । ଭଗବାନପୁରରେ ୧୦ ଏକର ଜାଗାରେ ମାର୍କେଟ କରିବା ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଲା । ହେଲେ ଆଜି ପର୍ଯ୍ୟନ୍ତ ସେଠାରେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ । ବିଏମ୍‌ସି ଜାଣି ଶୁଣି କାମ କରୁନି । ଏପରି ପରିସ୍ଥିତିରେ ଯଦି ହାଟ ଉଚ୍ଛେଦ କରାଯାଏ ଆମେ କରିବୁ କ’ଣ? ତେଣୁ ବିଏମ୍‌ସି ପ୍ରଥମେ ଥଇଥାନ କରୁ । ଯେ ପର୍ଯ୍ୟନ୍ତ ଆମ ପାଇଁ ଭଗବାନପୁର ହାଟ ନିର୍ମାଣ ହୋଇନି ସେ ପର୍ଯ୍ୟନ୍ତ ନୂତନ ପ୍ରକଳ୍ପକୁ ବିରୋଧ ଜାରି ରହିବ ।

ୟୁନିଟ-୧ ହାଟ ପ୍ରକଳ୍ପକୁ ନେଇ ରାଜନୀତି ତେଜିଛି । ମାର୍କେଟ ଆବଣ୍ଟନକୁ ନେଇ ଦୀର୍ଘଦିନ ଧରି ଚାଲି ଆସୁଥିବା ଗଫଲତି ପଦାକୁ ଆସିବା ଭୟ ଏବେ ଘାରିଛି । ଏକାଧିକ ଜାଗାକୁ ସବ୍‌-ଲେଟିଂ କରି ବିକ୍ରି କରାଯାଇଛି । ବିଏମ୍‌ସିର କିଛି ଅଧିକାରୀଙ୍କ ସଲାସୁତୁରାରେ ହାଟ କେଳେଙ୍କାରୀ ଚାଲିଛି । କିନ୍ତୁ ବିଏମ୍‌ସି ସବୁ ଜାଣି ଚୁପ୍‌ ବସିଛି ।

ଅନ୍ୟପକ୍ଷରେ ୟୁନିଟ-୧ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ କହିଛନ୍ତି ଯେ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଟ ପ୍ରକଳ୍ପ କାର୍ଯ୍ୟ ବିଏମ୍‌ସି ତୁରନ୍ତ ଆରମ୍ଭ କରୁ । ଏହା ଦ୍ୱାରା ବ୍ୟବସାୟୀମାନେ ଉପକୃତ ହେବେ ।

Copyright © 2022 - Summa Real Media Private Limited. All Rights Reserved.