PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ନାଗରିକଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା ଆମେରିକା; କହିଲା ପାକିସ୍ତାନ ଯାଅ ନାହିଁ, ହୋଇପାରେ ଆତଙ୍କବାଦୀ ଆକ୍ରମଣ

Image Courtesy: Live Hindustan

ନୂଆଦିଲ୍ଲୀ,୦୭/୧୦: ଆମେରିକା ତାର ନାଗରିକ ମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରି ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି। ନିର୍ଦ୍ଦେଶନାମାରେ ଆମେରିକା ତାର ନାଗରିକଙ୍କୁ ସତର୍କ କରାଇଛି ଯେ, ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ତେବେ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଥିବା ଆମେରିକୀୟ ନାଗରିକ ମାନଙ୍କୁ ହିଂସା କିମ୍ବା ଦଙ୍ଗା ହେଉଥିବା ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛି ଆମେରିକା। ଗୁରୁବାର ଜାରି କରାଯାଇଥିବା ତିନିସ୍ଥରୀୟ ନିର୍ଦ୍ଦେଶନାମାରେ ଆମେରିକାର ବିଦେଶ ମନ୍ତ୍ରାଳୟ ତାର ନାଗରିକ ମାନଙ୍କୁ ଆତଙ୍କବାଦ ଓ ଅପହରଣ ଘଟଣାକୁ ନେଇ ବଲୁଚିସ୍ତାନ ଓ ଖୈବର ପଖତୁନଖଓ୍ବା ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛି।

ଆମେରିକା ପରାମର୍ଶ ଜାରି କରି କହିଛି ଯେ, ଆତଙ୍କବାଦ ଓ ସାମ୍ପ୍ରଦାୟିକ ହିଂସା କାରଣରୁ ପାକିସ୍ତାନ ଗସ୍ତ କରିବା ପୂର୍ବରୁ ପୁଣିଥରେ ବିଚାର କରିବା ଆବଶ୍ୟକ। କିଛି ଅଞ୍ଚଳରେ ବିପଦ ବଢ଼ିଯାଇଛି। ଏପରିସ୍ଥଳେ ଯାତ୍ରୀ ଏବଂ ପରିଦର୍ଶକମାନଙ୍କ ପାଇଁ ଯାତ୍ରା ବିପଦ ସୃଷ୍ଟି କରୁଥିବାବେଳେ ଅତ୍ୟାବଶ୍ୟକ ଯାତ୍ରାକୁ ଏଡ଼ାଇବା ଆବଶ୍ୟକ ବୋଲି ଆମେରିକା କହିଛି। ନିର୍ଦ୍ଦେଶନାମାରେ ଏହା ମଧ୍ୟ କୁହାଯାଇଛି ଯେ, ଆତଙ୍କବାଦ ଓ ସାମୁହିକ ଦଙ୍ଗା କାରଣରୁ ଏଲଓସିକୁ ଅତିକ୍ରମ ନକରିବା ସହିତ ତା ଆଖପାଖ ଅଞ୍ଚଳକୁ ଯାତ୍ରା କରିବାର କୌଣସି ଆବଶ୍ୟକତା ନାହିଁ। 

ଆମେରିକା ପୁଣି କହିଛି, ଆତଙ୍କବାଦୀ କୌଣସି ଚେତବାନୀ ବା ସୂଚନା ନଦେଇ ଅଚାନକ ଆକ୍ରମଣ କରିପାରନ୍ତି। ସେମାନେ ବିଶେଷ ଭାବରେ ପରିବହନ କେନ୍ଦ୍ର, ସାର୍ବଜନୀନ ସ୍ଥାନ, ବଜାର, ସପିଂ ମଲ୍, ସୈନ୍ୟ ପ୍ରତିଷ୍ଠାନ ବା କ୍ୟାମ୍ପ, ବିମାନବନ୍ଦର, ବିଶ୍ବବିଦ୍ୟାଳୟ, ପର୍ଯ୍ୟଟନ ସ୍ଥଳି, ସ୍କୁଲ, ହସ୍ପିଟାଲ, ଧାର୍ମିକ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ତାଙ୍କର ଟାର୍ଗେଟ କରିପାରନ୍ତି। ଆତଙ୍କବାଦୀ ମାନେ ଅତୀତରେ ଆମେରିକାର ରାଷ୍ଟ୍ରଦୂତ ଏବଂ ପାକିସ୍ତାନରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିସାରିଛନ୍ତି। ତେଣୁ ଆମେରିକାରୁ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଥିବା ବ୍ୟକ୍ତି ଆବଶ୍ୟକ ନ ପଡ଼ିଲେ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେବା ସହ ପାକିସ୍ତାନରେ ଥିବା ଆମେରିକୀୟ ନାଗରିକ ମାନେ ଏଲଓସି ତଥା ଦଙ୍ଗା ସୃଷ୍ଟି ହୋଇଥିବା ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର