PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ହଲଦୀକୁଣ୍ଡ ଗ୍ରାମରେ ଗ୍ରାସୁଛି ଅଜଣା ରୋଗ, ମାସକ ମଧ୍ୟରେ ଗଲାଣି ୯ ଜୀବନ

ମାଲକାନଗିରି, ୨୨/୯(ଆପ୍ର): ମାଲକାନଗିରି ଜିଲ୍ଲା ହଲଦୀକୁଣ୍ଡ ଗ୍ରାମରେ ବ୍ୟାପିଛି ଅଜଣା ରୋଗ। ମାସକ ମଧ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୯ ଘୋଷିତ ହୋଇଥିବା ବେଳେ ଗ୍ରାମବାସୀଙ୍କ କହିବା ଅନୁସାରେ ଏହା ୧୨ ଟପିଲାଣି। ଏହିକ୍ରମରେ ଅଜଣା ରୋଗରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମର ଲକ୍ଷ୍ମା ମାଡକାମୀ(୨୨)ଙ୍କର ବୁଧବାର ରାତିରେ ଅଜଣା ରୋଗରେ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ୪ଦିନ ଚିକିତ୍ସା ପରେ ତାଙ୍କୁ ୧୭ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଲକ୍ଷ୍ମା ମାଡ଼କମିଙ୍କର ବୁଧବାର ରାତିରେ ପୁନର୍ବାର ଭୀଷଣ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ମାଲକାନଗିରି ସଦର ମହକୁମା ଓ ମାଥିଲି ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସହିତ କୋରାପୁଟ ଓ ଭୁବନେଶ୍ୱରରୁ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହ ରକ୍ତ ନମୁନା, ପାନୀୟ ଜଳ ଓ ଦେଶୀ ମଦ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ରୋଗର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗାଁରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ଘଟୁଥିବାରୁ ଗ୍ରାମବାସୀମାନେ ଭୟ ଓ ଆତଙ୍କିତ ହୋଇ ପଡି ଡୁମା ଗ୍ରାସିଛି କହି ଡୁମାପୂଜା ସହିତ ଦିଶରୀ ଗୁଣିଆ ଡାକି ଝଡା ଫୁଙ୍କା ଆରମ୍ଭ କରିଦେଇଛନ୍ତି।

ଅପର ପକ୍ଷରେ ଜଣଙ୍କ ପରେ ଜଣେ ନିରୀହ ଆଦିବାସୀଙ୍କର ମୃତ୍ୟୁ ଘଟିଚାଲିଥିବା ବେଳେ ଏହାର ପ୍ରତିକାର କିମ୍ବା ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ବିଫଳ ହେଉଥିବାରୁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଶୁକ୍ରବାର ଦିନ ମାଥିଲି ବ୍ଲକ ଘେରାଉ କରାଯିବ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ. ଦେଶିରାଜୁ ଆଚାରୀ ଗଣମାଧ୍ୟମ କୁ ପ୍ରେସ ବିବୃତି ମଧ୍ୟମରେ ଜଣାଇଛନ୍ତି।