PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସର୍ଜିକାଲ ଷ୍ଟ୍ରାଇକ୍-୨: ସହିଦଙ୍କ ମା ଇମ୍ରାନ୍ ଖାନଙ୍କୁ ପଠାଇଲେ ସନ୍ଦେଶ, କହିଲେ…

source:zeenews.india.com

ଲକ୍ଷ୍ନୌ ୨୬/୨: ସର୍ଜିକାଲ ଷ୍ଟ୍ରାଇକ-୨ରେ ଖୁସି ଭାରତବାସୀ । ଭାରତୀୟ ବାୟୁସେନାଙ୍କୁ ପ୍ରଶଂସା କରୁଛି ସାରା ଦେଶ । ୪୦ ବୀର ପୁତ୍ରଙ୍କ ପ୍ରତିଶୋଧ ନେବାର ଖୁସି ସମସ୍ତଙ୍କ ଆଖିରେ ଝଲସୁଛି । ସମସ୍ତେ ସରକାରଙ୍କ ଏହି ପଦକ୍ଷେପରେ ଖୁସି ଅଛନ୍ତି । ଏହି ସମୟରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେଶ ଦେଇ କହିଛନ୍ତି କିଛି ଏମିତି କାର୍ଯ୍ଯ କରନ୍ତୁ ଯେଉଁଥିରେ ଆତଙ୍କବାଦ ଖତମ ହେବ, କେହି ନିର୍ଦ୍ଦୋଷ ଯେମିତି ପ୍ରାଣ ନହରାଇବ ।

ପୁଲୱାମା ଆକ୍ରମଣରେ ସହିଦ ଯବାନ ଅଜିତ୍ କୁମାର ଆଜାଦଙ୍କ ପରିବାର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସହିଦଙ୍କ ପିତା ପ୍ଯାରେଲାଲ୍ କହିଛନ୍ତି ଭାରତ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ସେ କହିଛନ୍ତି ଆତଙ୍କବାଦ ଶେଷ ହେବା ଅତ୍ୟନ୍ତ ଜରୁରୀ ।

ସେ ଏହା ମଧ୍ଯ କହିଛନ୍ତି ଯଦି ପାକିସ୍ତାନ ଏହାର ବିରୋଧରେ କିଛି ଆକ୍ସନ ନିଏ ତେବେ ତାର କଡା କାର୍ଯାନୁଷ୍ଠାନ ନିଆଯିବ । ଅଜିତଙ୍କ ମା କହିଛନ୍ତି ଯେ ସରକାର ଭଲ କାମ କରିଛନ୍ତି । ସେ ଏହାମଧ୍ଯ କହିବାକୁ ଚାହିଁଛନ୍ତି ଯେ ସେଠାରେ ମଧ୍ଯ କିଛି ନିର୍ଦ୍ଦୋଷ ପିଲା ଥିବେ । କୌଣସି ମାର ନିର୍ଦ୍ଦୋଶ ପିଲା ଯେମିତି ପ୍ରାଣ ନହରାଉ । ସେଠାକାର ପିଲାଙ୍କୁ ଯେମିତି କିଛି କ୍ଷତି ନହେଉ । ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେଶ ଦେବାକୁ ଚାହିଁଛନ୍ତି ଯେ ଏମିତି କିଛି ପଦକ୍ଷେପ ନିଆଯାଉ ଯେମିତି ଆତଙ୍କବାଦ ଶେଷ ହେବ । ସେ ଏହା ମଧ୍ଯ କହିଛନ୍ତି ଆମ ପ୍ରଧାନମନ୍ତ୍ରୀ ପାଇଁ ମୁଁ ଗର୍ବ କରୁଛି । ଆପଣଙ୍କୁ କହିରଖୁଛୁ ପୁଲୱାମା ଆକ୍ରମଣରେ ଉତ୍ରାୱର ଯବାନ ଅଜିତ୍ କୁମାର ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର