ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁବକଙ୍କ ଅସ୍ୱଭାବିକ ମୃତ୍ୟୁ; ଥାନାରେ ରୁଜୁ ହେଲା ମାମଲା

Published By : Bijay Swain | April 30, 2025 11:50 PM

ଗୋପାଳପୁର ୩୦/୪/୨୫: ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡ଼ି କଲେଜରେ ରୋଷେୟା ଭାବେ କାର୍ଯ୍ୟରତ ଥିବା ଯୁବକଙ୍କ ମୃତ୍ୟୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି l ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ର ର ନାଗପୁର ର ରତ୍ନାକର ଗୋବିନ୍ଦ ଅଖଣ୍ଡ ବୟସ ପ୍ରାୟ ୪୨ ବୋଲି ପୁଲିସ ସୂଚନା ଦେଇ କହିଛି l 

ସୂଚନା ମୁତାବକ, ରତ୍ନାକର ମଙ୍ଗଳବାର ରାତିରେ ରୋଷେଇ ସାରି ରୁମକୁ ଶୋଇବାକୁ ଯାଇଥିଲେl ଆଜି ସକାଳେ ରୋଷେଇ କରିବା ପାଇଁ ଆସିନଥିବାରୁ ଷ୍ଟାଫ ଜଣକ ରୁମକୁ ଯାଇ ଦେଖିବା ବେଳକୁ ରତ୍ନାକରର ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖି ପରିସରରେ ଥିବା ମେଡିକାଲକୁ ନେଇଥିଲେl ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେl 

ମେଡିକାଲ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲାl ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୮/୨୫ ମାମଲା ରୁଜୁ କରି ଆଜି ଶବ ବ୍ୟବଛେଦ ପରେ ଆର୍ମି ଷ୍ଟାପକୁ ହସ୍ତାନ୍ତର କରାଯାଇଥିବା ବେଳେ ମର ଶରୀରକୁ ନିଜ ବାସ ଭବନ ମହାରାଷ୍ଟ୍ର ନାଗପୁର ପଠାଯାଇଥିବା ପୁଲିସ କହିଛିl

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.