ପୁଣି ଅଶାନ୍ତ ହେଲା ବାଣୀବିହାର କ୍ୟାମ୍ପସ, ଖଣ୍ଡା ଓ ଭୁଜାଲି ଦେଖାଇ ଆତଙ୍କ ଖେଳାଇଲେ ଦୃର୍ବୁତ୍ତ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣିଥରେ ଅଶାନ୍ତ ହୋଇଛି ବାଣୀବିହାର କ୍ୟାମ୍ପସ। ଖଣ୍ଡା ଓ ଭୁଜିଲାରେ ଆତଙ୍କ ଖେଳାଇଲେ ଅଣଛାତ୍ର। ଛିନ୍ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ।
ସୂଚନା ଅନୁସାରେ, ବାଣୀବିହାର ପରିସରରେ କିଛି ଅଣଛାତ୍ର ଖଣ୍ଡା ଓ ଭୁଜାଲି ଦେଖାଇ ଛାତ୍ର ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଭୟରେ ଛାତ୍ର ଛାତ୍ରୀମାନେ ମଟର ସାଇକେଲ ଓ ସ୍କୁଟର ଛାଡ଼ି ଦୌଡ଼ି ପଳାଇଥିଲେ। କିଛି ଅଣ ଛାତ୍ର ଆସି ଏଭଳି ଆତଙ୍କ ଖେଳାଇଥିବା ସୂଚନା ମିଳିଛି। ଖବର ପାଇ ସହୀଦ ନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।