PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ’…ପଠାନର ସକ୍ସେସ୍ ମଧ୍ୟରେ ଉର୍ଫି ଦେଲେ ବିବାହ ପ୍ରସ୍ତାବ

livehindustan

ନୂଆଦିଲ୍ଲୀ ୨୮/୦୧: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବ୍ଲକବଷ୍ଟର ହୋଇଛି। ଏଥି ମଧ୍ୟରେ ଉର୍ଫି ଜାଭେଦ୍ ଏପରି କିଛି କହିଛନ୍ତି ଯାହା ଶାହରୁଖ-ଗୌରୀ ଖାନଙ୍କୁ ଚକିତ କରିବ। ନିଜ ଆଉଟଫିଟ୍ ଏବଂ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଶାହରୁଖ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।         

ଶାହାରୁଖଙ୍କ ଫିଲ୍ମ ‘ପଠାନ’ର ସଫଳତା ମଧ୍ୟରେ ଉର୍ଫି କହିଛନ୍ତି, ‘ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ’। ଯେତେବେଳେ ପାପାରାଜି ଉର୍ଫିଙ୍କୁ ପଚାରିଛନ୍ତି, ଆପଣ ବଏକଟ ପଠାନ ବିଷୟରେ କ’ଣ କହିବାକୁ ଚାହାଁନ୍ତି? ଏହା ଉପରେ ଉର୍ଫି କହିଛନ୍ତି, ‘ମୋତେ ବଏକଟ୍ କରନ୍ତୁ, କିନ୍ତୁ ଦୟାକରି ଆପଣମାନେ ଶାହାରୁଖ ଖାନଙ୍କୁ ଦେଖନ୍ତୁ।’

ଶାହାରୁଖ ଖାନଙ୍କ ପାଇଁ କ’ଣ କହିବାକୁ ଚାହାଁନ୍ତି ପଚାରିବାରୁ ସେ କହିଛନ୍ତି – ଏଠାରେ କହି କଣ ଫାଇଦା। ସେ ଦେଖିବେ ନାହିଁ। ଯେତେବେଳେ ପାପାରାଜି କହିଛନ୍ତି ଦେଖିବେ। ସମସ୍ତେ ଦେଖନ୍ତି। ତାପରେ ଉର୍ଫି କହିଛନ୍ତି, ଆଇ ଲଭ୍ ୟୁ ଶାହାରୁଖ। ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ। ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଉର୍ଫି କୌଣସି ସୁପରଷ୍ଟାରଙ୍କୁ ପ୍ରପୋଜ୍ କରିଛନ୍ତି।

ସମ୍ବନ୍ଧିତ ଖବର