ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଯୋଗୀ ଆଦିତ୍ୟନାଥ କହିଲେ ୨୪ ଘଣ୍ଟାରେ ରାମମନ୍ଦିର ବିବାଦର ସମାଧାନ କରିପାରିବେ

ଲକ୍ଷ୍ନୌ ୨୭/୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାମ ମନ୍ଦିର ପ୍ରସଙ୍ଗରେ ଲୋକଙ୍କ ଧର୍ଯ୍ୟ ଭାଙ୍ଗିବାକୁ ବସିଲାଣି । ସୁପ୍ରିମକୋର୍ଟ ଖୁବ୍ ଶୀଘ୍ର ଏହି ବିବାଦର ସମାଧାନ କରନ୍ତୁ କିମ୍ବା ମାମଲା ଆମକୁ ପ୍ରଦାନ କରିଦିଅନ୍ତୁ । ରାମ ମନ୍ଦିର ମାମଲା ୨୪ ଘଣ୍ଟାରେ ସମାଧାନ ହୋଇଯିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପିକୁ ୨୦୧୪ରୁ ମଧ୍ୟ ଅଧିକ ସିଟ୍ ମିଳିବ ।

ଶନିବାର ଏକ ଟିଭି ଚ୍ୟାନେଲର ପ୍ରଶ୍ନରେ ଉତ୍ତରରେ ଯୋଗୀ କହିଥିଲେ, ‘ଲୋକଙ୍କ ଧର୍ଯ୍ୟର ସୀମା ଭାଙ୍ଗିବାକୁ ବସିଲାଣି । ମୁଁ କହିବାକୁ ଚାହୁଁଛି ଅଦାଲତ ଖୁବଶୀଘ୍ର ଏହାର ନିଷ୍ପତ୍ତି ଶୁଣାନ୍ତୁ । ଯଦି ଏପରି କରିବାରେ ବିଫଳ ହେଉଛନ୍ତି ତେବେ ଆମକୁ ଏହା ପ୍ରଦାନ କରି ଦିଅନ୍ତୁ । ଆମେ ଏହି ବିବାଦର ୨୪ ଘଣ୍ଟାରେ ନିଷ୍ପତ୍ତି ଶୁଣାଇଦେବୁ । ଆମକୁ ୨୫ ଘଣ୍ଟା ବି ଲାଗିବନି ।'

ଉତ୍ତରପ୍ରଦେଶରେ ଏସପି-ବିଏସପି ମେଣ୍ଟ ଉପରେ ମଧ୍ୟ ମୁହଁ ଖୋଲିଛନ୍ତି ଯୋଗି ଆଦିତ୍ୟନାଥ । ସେ କହିଛନ୍ତି ଯେ ୭୦ ପ୍ରତିଶତ ମତଦାତା ବିଜେପି ସହିତ ଅଛନ୍ତି ବାକି ୩୦ ପ୍ରତିଶତ ଭୋଟ୍ ପାଇଁ ମେଣ୍ଟ ହୋଇଛି । ସେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୀତିକୁ ପ୍ରେବଶକୁ ନେଇ କହିଛନ୍ତି କଂଗ୍ରେସ ପୁଣି ପ୍ରମାଣ କରିଦେଲା ଯେ ତାଙ୍କ ପାଇଁ ପରିବାର ହେଉଛି ପାର୍ଟି । ସେ ପରିବାର ବ୍ୟତୀତ ଅନ୍ୟ କିଛି ବାହାର ଦୁନିଆକୁ ଦେଖିପାରୁନାହାଁନ୍ତି ।

Copyright © 2022 - Summa Real Media Private Limited. All Rights Reserved.