ନୂଆଦିଲ୍ଲୀ,୨୯/୦୫; ଉତ୍ତର ପ୍ରଦେଶର ହମିରପୁରରେ ଏକ ବଡ଼ ଅଘଟଣ ଘଟିଛି । ପ୍ରବଳ ଝଡ଼-ତୋଫାନରେ ବେତୱା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ସ୍ଲାବ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଏସପିଙ୍କ ଅନୁଯାୟୀ, ଏବେ ବି ୬ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ଜେସିବି ସାହାଯ୍ୟରେ ଭଗ୍ନାବଶେଷ ହଟାଯାଉଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଝଡ଼ ଏବଂ ବର୍ଷା ଯୋଗୁଁ ସ୍ଲାବ୍ ଖସି ପଡ଼ିଛି । ପାଣିପାଗ ବିଭାଗ ଅନୁଯାୟୀ, ହମିରପୁର ଦେଇ ୭୦-୮୦ କିଲୋମିଟର ବେଗରେ ପବନ ବହିଥିଲା ।

ହମିରପୁରର ମୋରା କାଣ୍ଡର ଏବଂ କୁରାରା ଅଞ୍ଚଳକୁ ସଂଯୋଗ କରିବା ପାଇଁ ଏକ ନୂତନ ସେତୁ ନିର୍ମାଣ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଏକ ପ୍ରବଳ ଝଡ଼ ଏହି ଅଞ୍ଚଳରେ ମାଡ଼ି ଆସିଥିଲା । ଏହି ସମୟରେ ନିର୍ମାଣାଧୀନ ସେତୁର ଏକ ବଡ଼ ସ୍ଲାବ୍ ହଠାତ୍ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। କିଛି ପୂର୍ବରୁ ବିହାରର ଭାଗଲପୁରରେ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା। ଗଙ୍ଗା ନଦୀ ଉପରେ ନିର୍ମିତ ବିକ୍ରମଶିଳା ପୋଲର ଏକ ଅଂଶ ହଠାତ୍ ଭାଙ୍ଗି ନଦୀରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଫଳସ୍ୱରୂପ, ଦୁର୍ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇ ନଥିଲେ କିନ୍ତୁ ହମିରପୁରରେ ବ୍ରିଜ୍ ସ୍ଲାବ୍ ଭୁଶୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି ।

କଣ କହିଲେ ମୁଖ୍ୟମନ୍ତ୍ରୀ ? ହମିରପୁରରେ ଭୁଶୁଡ଼ିଥିବା ବ୍ରିଜ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ଦେଇଛନ୍ତି । ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ୱରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା, ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...Climate Alarm: ଆଗାମୀ ୫ ବର୍ଷ ରେକର୍ଡ ଭାଙ୍ଗିବ ଗରମ; ୧.୫ ଡିଗ୍ରୀ ସେଲସିୟସ୍ ବଢିବ ବିଶ୍ୱ ତାପମାତ୍ରା, ଜାଣନ୍ତୁ ଭାରତ ଉପରେ କ’ଣ ପ୍ରଭାବ ?   

କହି ରଖୁଛୁ କି, ମେ ୧ ତାରିଖରେ ଜମ୍ମୁ ଜିଲ୍ଲାର ବନ୍ତଲାବ ଅଞ୍ଚଳରେ ଏକ ନିର୍ମାଣାଧୀନ ସେତୁର ଏକ ପିଲର ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଗୁରୁତର ଆହତ ହୋଇଥିଲେ । ବିହାରର ଭାଗଲପୁରରେ ଏକ ପୋଲ ଭୁଶୁଡି ପଡିଥିଲା । ସଠିକ୍ ସମୟରେ ପଦକ୍ଷେପ ନିଆଯାଇଥିବାରୁ କୌଣସି ମୃତାହତ ରିପୋର୍ଟ ହୋଇନଥିଲା ।