PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

ଶିକ୍ଷୟତ୍ରୀଙ୍କ ସହ ଗଣ ଦୁଷ୍ମର୍ମ, ଭିଡ଼ିଓ ହେଲା ଭାଇରାଲ

ଉତ୍ତରପ୍ରଦେଶ,୬।୩: ଉତ୍ତରପ୍ରଦେଶର ମେରଠ ଠାରେ ଏକ ଶିକ୍ଷୟିତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ପୂର୍ବ ପ୍ରଧାନଙ୍କ ପୁଅ ତାର ଦୁଇ ସାଙ୍ଗ ମିଶି ମହିଳାଙ୍କୁ ଦୁ​‌ଷ୍ମର୍ମ କରିଛି। ପୁଣି ପରେ ନିଶାରେ ଆସି ସେହି ଭିଡ଼ିଓକୁ ଭାଇରାଲ୍ କରିଛି।

ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କ ଏହି ଭିଡ଼ିଓକୁ ଆଧାର କରି ତାଙ୍କୁ ଶୋଷଣ କରିଚାଲିଥିଲା। ଭିଡ଼ିଓ ଭାଇରାଲ ହେବା ପରେ ପିଡ଼ିତା ଥାନାକୁ ଯାଇ ମୋକଦ୍ଦମା ରୁଜୁ କରିଥିଲେ। ମାତ୍ର ସେଥିରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।  ବର୍ତ୍ତମାନ ପିଡ଼ିତା ଜଣକ ଥାନାକୁ ଯାଇ ପୁଲିସ କର୍ମଚାରୀଙ୍କୁ ନ୍ୟାୟ ଗୁହାରି କରିଛନ୍ତି। ପରୀକ୍ଷିତଗଡ଼ ନିବାସୀ ତଥା ଏହି ପୀଡ଼ିତା ଜଣକ କହିଲେ,୧ ବର୍ଷ ପୂର୍ବେ ସେ ଏକ ସ୍କୁଲରେ ପାଠ ପଢ଼ାଉଥିଲେ।  ଗୋଟିଏ ଦିନ ନିଜ ମୋବାଇଲ ଫୋନ୍ ଠିକ୍ କରିବା ପାଇଁ ସେ ଘରକୁ ବାହାରୁଥିଲେ। ସେଠାରୁ ପୁଣି ପରୀକ୍ଷିତଗଢ଼ ମୁଖ୍ୟ ବଜାରକୁ ତାଙ୍କୁ ଯିବାର ଥିଲା। ଯିବା ସମୟରେ ଏକ ସୁନସାନ୍ ରାସ୍ତା ଦେଖି ଏକ ଗାଡ଼ି ପୀଡ଼ିତାଙ୍କ ପାଖରେ  ରହିଲା। ସେହି କାରରେ ତାଙ୍କ ଗାଁର ପରିଚିତ ଲୋକ ସାଦାବ ଓ ତାର ସାଙ୍ଗ ଫରିୟାଦ ଏବଂ ଅନିସ୍ ଥିଲେ। ସାଦାବ ମହିଳାଜଣଙ୍କୁ କାର ପାଖକୁ ଡ଼ାକିଲା ଆଉ ହଠାତ୍ ମହିଳାଜଣକ ନାକରେ କିଛି ଶୁଘାଂଇ ଦେଇ ବେହୋଶ୍ କରିଦେଇଥିଲା। ଏହାପରେ ଗାଡ଼ିରେ ବସାଇ ଅନ୍ୟ ସ୍ଥାନକୁ ନେଇଯାଇଥିଲେ। କିଛି ସମୟ ପରେ ମହିଳାଜଣଙ୍କର ହୋସ୍ ଆସିଲା। ଏହା ପରେ ସାଦାବ ତାଙ୍କ ଫୋନରେ ମହିଳାଜଣଙ୍କର ଆପତ୍ତିଜନକ ଭିଡ଼ିଓ ଦେଖାଇଥିଲା। ଆଉ କହିଲା ଯଦି ମୁହଁ ଖୋଲିବୁ ତୋତେ ବଦନାମ୍ କରିଦେବି।  ଏହା ପରେ ତିନି ଜଣ ଯୁବକ ଭିଡ଼ିଓ ଭାଇରାଲ କରିବାର ଡ଼ର ଦେଖାଇ ପୀଡ଼ିତାଙ୍କ ସହ ଗଣ ଦୁଷ୍ମର୍ମ କରିଛନ୍ତି।

ଏହା ମଧ୍ୟରେ ଫାଇୟାଦ ଏବଂ ଅନିସ ଫେରାର ହୋଇଯାଇଛନ୍ତି। ମାତ୍ର ସାବାଦ ଲଗାତାର ଭାବେ ପୀଡ଼ିତାକୁ ଦୁଷ୍ମର୍ମ କରିଚାଲିଛି। ଫେବ୍ରୁଆରି ମାସରେ ସାବାଦ ଏହି ଭିଡ଼ିଓ ଭାଇରାଲ କରିଛି। ଏହି ବିଷୟରେ ପୀଡ଼ିତା ଜଣକ ଜାଣିବା ପରେ ଥାନାକୁ ଯାଇ ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି। ମାତ୍ର ପୁଲିସ ୧୬୪ଧାରା ଅନୁସାରେ ମାମଲା ରୁଜ୍ଜୁ କରିନାହିଁ। ଏସପି ଡ. ବିପି ଅଶୋକ ପରୀକ୍ଷିତଗଡ଼ ଥାନା ପୁଲିସଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି।  ଯଥାଶୀଘ୍ର ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର