PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଗାଁର ମୁଖିଆ ଦଳିତ ଯୁବକଙ୍କୁ ଚପଲରେ ପିଟିଲେ, ବିଧାୟକଙ୍କ ଭିଡ଼ିଓ ଟ୍ବିଟ୍ ପରେ ଆକ୍ସନ ମୁଡ଼ରେ ପ୍ରଶାସନ

ଲକ୍ଷ୍ନୌ, ୨୦/୮ : ଉତ୍ତରପ୍ରଦେଶର ମୁଜଫ୍ଫରନଗର ଜିଲ୍ଲାରେ ଏକ ଦଳିତ ଯୁବକଙ୍କୁ ଚପଲରେ ପିଟୁଥିବା ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଭିଡ଼ିଓ ଭାଇରାଲ ହେବା ପରେ ଅଧିକାରୀ ଘଟଣାର ଯାଞ୍ଚ ନେବାକୁ ଯାଇ ଅଭିଯୁକ୍ତକୁ ଗିରଫ କରି ମାମଲା ରୁଜୁ କରିଛନ୍ତି । ଏହି ଘଟଣା ଛପାର ଥାନା ଅଞ୍ଚଳର ତାଜପୁର ଗାଁର କୁହାଯାଉଛି । ଗାଁର ମୁଖିଆ ଶକ୍ତି ମୋହନଙ୍କର ଗାଁର ଦଳିତ ଯୁବକଙ୍କ କିଛି ବଚସା ହୋଇଥିଲା । ଯାହା ପରେ ଦଳିତ ଯୁବକଙ୍କୁ ମୁଖିଆ ନିଜ ଘରକୁ ଡାକିଥିଲେ ଏବଂ ତାଙ୍କୁ ଚପଲରେ ପିଟିଥିଲେ । ଏହି ସମୟରେ ମଧ୍ୟ କେତେକ ଅପଶଦ୍ଦ ବ୍ୟବହାର କରିଥିବା ଦେଖାଯାଇଥିଲା ।

ଏହାକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ଯୁବକ ଭିଡ଼ିଓ କରି ଭାଇରାଲ କରିଥିଲେ । ଏହି ଭିଡ଼ିଓକୁ ପୁରକାଜୀ ବିଧାନସଭା ଅଞ୍ଚଳରେ ଗଠବନ୍ଧନ ବିଧାୟକ ଅନୀଲ କୁମାର ଟ୍ବିଟ କରି ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏହାପରେ ଏସଏସପି ବିନୀତ ଜୟସଓ୍ବାଲ ତୁରନ୍ତ ଘଟଣାର ଯାଞ୍ଚ କରି ଭିଡିଓକୁ ଦେଖି ଅଭିଯୁକ୍ତ ପ୍ରଧାନ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର