ନୂଆଦିଲ୍ଲୀ,୧୮/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ୟୁପି ୱାରିୟର୍ସ କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଶନିବାର ଅନୁଷ୍ଠିତ ଦଶମ ଲିଗ୍ ମୁକାବିଲାରେ ୟୁପି ୱାରିୟର୍ସ ୨୨ ରନ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୮/୧୮୭ ରନ ସଂଗ୍ରହ କରଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ ବିଜୟୀ ଇନିଂସ ପାଇଁ ମେଗ ଲ୍ୟାନିଂ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
A leader's performance! 🫡
— Women's Premier League (WPL) (@wplt20) January 17, 2026
Meg Lanning is the Player of the Match for her sublime 7⃣0⃣(45) to set the tone for @UPWarriorz 👌
Scorecard ▶️ https://t.co/7bDWCP7FtU #TATAWPL | #KhelEmotionKa | #UPWvMI pic.twitter.com/8d4VhkHlFg
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୟୁପି ୱାରିୟର୍ସ ୫ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । କିରଣ ନଭଗିରେ ପୁଣି ଥରେ ଖାତା ଖୋଲିବାରେ ବିଫଳ ହୋଇଥିଲେ । ଅନ୍ୟ ଓପନର ଲ୍ୟାନିଂଙ୍କ ସହ ଫୋଏବ ଲିଚଫିଲ୍ଡ ଯୋଗ ଦେଇ ସ୍ଥିତି ସୁଧାରିଥିଲେ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିବା ସହ ମୋଟ୍ ୧୧୯ ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୨୪ ବେଳେ ବ୍ୟକ୍ତିଗତ ୬୧ (୭ଚୌକା, ୩ଛକା) ରନ କରି ଲିଚଫିଲ୍ଡ ଆଉଟ୍ ହୋଇଥିଲେ । ପରେ ପରେ ଲ୍ୟାନିଂ ୪୫ଟି ବଲ୍ରେ ୧୧ ଚୌକା ଓ ୨ ଛକା ବଳରେ ୭୦ ରନ କରି ବିଦାୟ ନେଇଥିଲେ । ହର୍ଲିନ ଦେଓଲ ୨୫ ଓ ଚୋଲେ ଟ୍ରିୟନ ୨୧ ରନ କରିବା ଫଳରେ ଦଳୀୟ ସ୍କୋର ୧୮୭ରେ ପହଞ୍ଚିଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆମେଲିଆ କେର ୩ଟି ଓ ନାତାଲି ସ୍କିଭର-ବ୍ରଣ୍ଟ ୨ଟି ୱିକେଟ୍ ନେଇଥିଲେ । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୬୯ ରନ୍ରେ ୫ଟି ୱିକେଟ୍ ହରାଇଥିଲା । ହେଲି ମାଥ୍ୟୁସ ୧୩, ଏସ ସଜନା ୧୦, ସ୍କିଭର-ବ୍ରଣ୍ଟ ୧୫, ହର୍ମନପ୍ରୀତ କୌର ୧୮ ଓ ନିକୋଲା କ୍ୟାରୀ ୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଆମେଲିଆ କେର ଓ ଅମନଜୋତ କୌର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୫୨ରେ ପହଞ୍ଚାଇଥିଲେ । ଅମନଜୋତ ୪୧ (୪ଚୌକା, ୩ଛକା) ରନ କରି ଆଉଟ୍ ହେବା ପରେ ଆଶା ମଉଳି ଯାଇଥିଲା । ଆମେଲିଆ ୪୯ (୬ଚୌକା, ୧ଛକା) ରନ କରି ଅପରାଜିତ ରହିଥିଲେ ।