ସମ୍ବଲପୁର ୨୨।୭:ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ୨ଟି ଗେଟ୍ ଖୋଲାଯାଇଛି।ପୂର୍ବରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଏହି ଦୁଇଟି ଗେଟ୍ ଖୋଲିବା ପରେ ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଜଳଭଣ୍ଡାର ଭିତରକୁ ୧୯୨୯୨୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨୧୬୦୬୯ କ୍ୟୁସେକ୍ ପାଣି ଡ୍ୟାମ୍ରୁ ଛଡା ଯାଉଛି । ସେହିପରି ଜଳ ଭଣ୍ଡାରର ଜଳସ୍ତର ୬୧୩.୫୬ ଫୁଟରେ ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ ମଙ୍ଗଳବାର ମୋଟ ୧୦ଟି ଗେଟ୍ ଖୋଲା ଯାଇଥିଲା। ତେବେ ଜଳସ୍ତର ବୃଦ୍ଧି ପାଇବାରୁ ବୁଧବାର ଆଉ ୨ଟି ଗେଟ୍ ଖୋଲାଯାଇଥିଲା।
ଆହୁରି ପଢନ୍ତୁ : ମାଲକାନଗିରିରେ ପରୀକ୍ଷାମୂଳକ ଭାବେ ଅବତରଣ କଲା ପ୍ରଥମ ଯାତ୍ରୀବାହୀ ବିମାନ