ନୂଆଦିଲ୍ଲୀ : କୁହାଯାଏ ଭାଉଜ ହେଉଛନ୍ତି ମାଆ ସମାନ । କିନ୍ତୁ ବଡ଼ଭାଇଙ୍କ ଦେହାନ୍ତ ପରେ ଭାଉଜଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ ଦିଅରଙ୍କ ଉପରେ । ମାନସିକ ଚାପରେ ରହିଥିବା ଯୁବକ ନିଜର ଜୀବନ ହରାଇଛନ୍ତି । ଉତ୍ତରପ୍ରଦେଶର ସହରାନପୁରରୁ ଆସିଛି ଏଭଳି ଏକ ଖବର । ଦିଲ୍ଲୀ- ଡେରାଡୁନ୍ ଏକ୍ସପ୍ରେମସ ରୋଡରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବିଶାଲ । ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଶାଳ ଜୀବନ ହାରିବା ପରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ତାଙ୍କ ବିଧବା ଭାଉଜଙ୍କୁ ବିବାହ କରିବା ପାଇଁ ଚପ ପକାଯାଉଥିଲା । ପୁଲିସ ଉପସ୍ଥିତିରେ ମଧ୍ୟ ତାଙ୍କୁ ଏଭଳି ଚାପ କାଯାଉଥିଲା । ଭାଉଜଙ୍କ ପରିବାର ଲୋକେ ଏବଂ ପୁଲିସ ତାଙ୍କୁ ବିବାହ କରିବାକୁ ବାରମ୍ବାର କହୁଥିବାବେଳେ ମାନସିକ ଚାପରେ ରହିଥିବା ଏହି ଭିଡିଓରୁ ଜଣାପଡ଼ିଛି । ଯେଉଁ କାରଣରୁ ଶେଷରେ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସେପଟେ ବିଶାଲଙ୍କ ମାଆ ସୁଦେଶ ଦେବୀ କହିଛନ୍ତି କି, ବଡ଼ପୁଅ ପ୍ରୀତମର ମୃତ୍ୟୁ ପରେ ବୋହୂ ସହ ସାନପୁଅକୁ ବାହା କରିବା ପାଇଁ ତାଙ୍କ ସମୁଦୀ ଘର ଲୋକ ଚାପ ପକାଇଥିଲେ । ବାରମ୍ବାର ସେମାନେ ଏଭଳି କହୁଥିବାବେଳେ ପୁଲିସ ଉପସ୍ଥିତିରେ ବୁଝାଶୁଝା କରିଥିଲେ । ମାତ୍ର ଏଥିରେ ବିଶାଳ ରାଜି ନହେବାକୁ ତାଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଅଭିଯୋଗ କରିଛନ୍ତି । ଶେଷରେ ଉପାୟଶୂନ୍ୟ ହୋଇ ସେ ନିଜର ଜୀବନ ହାରିଛନ୍ତି । ପୁଲିସ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିବାବେଳେ ତଦନ୍ତ ଜାରି ରଖିଛି ।

ଏହସହ ପଢ଼ନ୍ତୁ : ପ୍ରେମିକାଙ୍କ ସହ ନଜର ଆସିଲେ ଅର୍ଶଦୀପ, ଭାଇରାଲ ହେଉଛି ଏହି ଭିଡିଓ...