PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

UPSC ରେ ଦେଶ ପାଇଁ ଗୌରବ ଆଣିଲେ ଜମ୍ମୁକାଶ୍ମୀର ଆତଙ୍କ ପ୍ରଭାବିତ ଜିଲ୍ଲାର ଛାତ୍ର, ଟପ୍ ୧୦ ତାଲିକାରେ ଅଛନ୍ତି ସାମିଲ୍…

ନୂଆଦିଲ୍ଲୀ: UPSC ୨୦୨୨ ସିଭିଲ ସର୍ଭିସ ପରୀକ୍ଷଣର ଫଳାଫଳ ମଙ୍ଗଳବାର ଘୋଷଣା ହୋଇଛି । ଏହି ଫଳାଫଳରେ ଇଶିତା କିଶୋର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଷ୍ଠିତ ପରୀକ୍ଷାରେ ଗରିମା ଲୋହିଆ ଏବଂ ଉମା ହରତି ଏନ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୟୁପିଏସସି କହିଛି ଯେ ୯୩୩ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଜାମ୍ମୁ କାଶ୍ମୀରର ଛାତ୍ରମାନେ ମଧ୍ୟ ୟୁପିଏସ୍ସିର ଟପ୍ପର ତାଲିକାରେ ସାମିଲ୍ ଅଛନ୍ତି ।

ସୂଚନାଥାଉକି, ଆତଙ୍କ ପ୍ରଭାବିତ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା ୱାସିମ ଅହମ୍ମଦ ଭଟ ସପ୍ତମ ସ୍ଥାନ ହାସଲ କରିଛନ୍ତି । ସେହିଭଳି ପୁଞ୍ଚ ଜିଲ୍ଲାର ପ୍ରସନ୍ନଜିତ କୌର ଏହି ପରୀକ୍ଷାରେ ୧୧ ତମ ସ୍ଥାନ ହାସଲ କରିଛନ୍ତି । ୱାସିମ ଅହମ୍ମଦ ଭଟ UPSC ସିଭିଲ ସର୍ଭିସ ପରୀକ୍ଷା ୨୦୨୦ ରେ ୨୨୫ ତମ AIR ପ୍ରାପ୍ତ କରିଥିଲେ । ସେ ବର୍ତ୍ତମାନ ମୁମ୍ବାଇରେ ନିଯୁକ୍ତ ଅଛନ୍ତି । ୱାସିମ ଅହମ୍ମଦଙ୍କର ଏହା ତୃତୀୟ ପ୍ରୟାସ ଥିଲା ।

ସେ ଶ୍ରୀନଗରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍ କରିଛନ୍ତି । ୨୪ ବର୍ଷିୟ ୱାସିମ୍ ଆନ୍ଥ୍ରୋପୋଲୋଜି ବହି ପଢିବା ଏବଂ ସାଇ-ଫାଇ ଟିଭି ସୋ ଦେଖିବା ପାଇଁ ଭଲ ପାଆନ୍ତି । ତାଙ୍କର ଇଚ୍ଛାଧୀନ ବିଷୟ ଥିଲା ଆନ୍ଥ୍ରୋପୋଲୋଜି ।  ଅନ୍ୟପକ୍ଷରେ, ଏକାଦଶ ମାନ୍ୟତା ପାଇଥିବା ୨୪ ବର୍ଷୀୟ ପ୍ରସନ୍ନଜିତ୍ କୌର ଜାମ୍ମୁ ବିଶ୍ୱବିଦ୍ୟାଳୟରୁ ବିଏସସି ଏବଂ ଏମଏସସି କରିଛନ୍ତି । ଏହା ତାଙ୍କର ପ୍ରଥମ ପ୍ରୟାସ ଥିଲା । ପୁଞ୍ଚ ଜିଲ୍ଲାର ବାସିନ୍ଦା କୌର ପିଲାମାନଙ୍କୁ ଶିକ୍ଷା ଦେବାକୁ ଭଲ ପାଆନ୍ତି । ତାଙ୍କର ଇଛାଧିନ ବିଷୟ ଥିଲା ପ୍ରାଣୀ ବିଜ୍ଞାନ ।