PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବଦଳିବ ୟୁପିଏସ୍‌ସି ନିୟମ, ଯୋଗ୍ୟତା ତାଲିକାରେ ନଥିଲେ ବି ଚାକିରୀ

source:manavrachna.edu.in

ଭୁବନେଶ୍ୱର,୫ା୨(ବ୍ୟୁରୋ): ବଦଳିବ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିୟମ । ସହଜ ଓ ସରଳ ହେବ ଆୟୋଗର ସର୍ତ୍ତାବଳୀ । ଭୁବନେଶ୍ୱରରେ ଅନୁଷ୍ଠିତ ୟୁପିଏସ୍‌ସି ଓ ବିଭିନ୍ନ ରାଜ୍ୟର ପିଏସ୍‌ସି ଅଧ୍ୟକ୍ଷଙ୍କ ଦୁଇ ଦିନିଆ ସମ୍ମିଳନୀ ଉଦ୍‌ଯାପନୀ ଉତ୍ସବରେ ଏହି ମତ ପ୍ରକାଶ ପାଇଛି । ପ୍ରସ୍ତାବ ଅନୁସାରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ଯୋଗ୍ୟତା ତାଲିକାରେ ରହୁନଥିବା ପରୀକ୍ଷାର୍ଥୀମାନେ ଅନ୍ୟ ଚାକିରି ପାଇଁ ଆଉ ୟୁପିଏସ୍‌ସି ପରୀକ୍ଷା
ଦେବାକୁ ପଡିବନି । ଗୋଟିଏ ପରୀକ୍ଷାରୁ ସଫଳ ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ କରିବ ୟୁପିଏସ୍‌ସି । ଫଳରେ ସିଭିଲ୍‌ ସର୍ଭିସ୍‌ ଯୋଗ୍ୟତା ତାଳିକାରେ ନ ରହିଲେ ମଧ୍ୟ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଗ୍ରାଜୁଏଟ୍‌ସ୍ତରରେ ଗ୍ରେଡ୍‌ ୱାନ୍‌ ଓ ଗ୍ରେଡ୍‌ ଟୁ ପଦବି ଲାଗି ଆଉ ପରୀକ୍ଷା ଦେବାକୁ ପଡିବନି ।

ଏମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇପାରିବ । ସେହିଭଳି ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ପରେ କୌଣସି କାରଣରୁ ପରୀକ୍ଷା ଦେଇନଥିବା ପରୀକ୍ଷାର୍ଥୀଙ୍କୁ ଗୋଟିଏ ସୁଯୋଗ ହରାଇବାକୁ ପଡୁଥିଲା । ହେଲେ ଆଗକୁ ଏଭଳି ନକରି ପରୀକ୍ଷା ପୂର୍ବରୁ ଓହରିଯିବା ଲାଗି ଏକ ବିକଳ୍ପ ରହିବାକୁ ବିଚାର କରାଯାଉଛି ବୋଲି ୟୁପିଏସସି ସଦସ୍ୟ ଅରବିନ୍ଦ ସକ୍‌ସେନା କହିଛନ୍ତି । ପରୀକ୍ଷାର୍ଥୀମାନେ ଏକାଧିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ପରୀକ୍ଷା କଷ୍ଟ ଓ ମାନସିକ ଚାପରୁ ମୁକ୍ତ କରିବାକୁ ଏହି ନୂଆ ନିୟମ ସମ୍ପର୍କରେ ଚିନ୍ତା କରାଯାଇଥିବା ୟୁପିଏସସି କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ପରୀକ୍ଷା ପାଇଁ ଆଶାୟୀ ସଂଖ୍ୟା ବଢୁଥିବାରୁ ପରୀକ୍ଷା ଆୟୋଜନ ପ୍ରକ୍ରିୟାକୁ ସହଜ କରିବାକୁ ଏହି ନୂଆ ନିୟମ ସହାୟକ ହେବ ବୋଲି ଶ୍ରୀ ସକ୍‌ସେନା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର