PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସିଭିଲ ସେବା ପରୀକ୍ଷାରେ ପାସ୍‌ ହୋଇଥିବା ମିଛ ଅଭିଯୋଗ , ପ୍ରାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ୟୁପିଏସସି

ଭୋପାଳ – ସଂଘ ଲୋକ ସେବା ଆୟୋଗ ( ୟୁପିଏସସି) ସିଭିଲ ସର୍ଭିସ୍‌ ପରୀକ୍ଷାରେ ଚୟନ ନେଇ ଦାବି କରୁଥିବା ଦୁଇ ପ୍ରାର୍ଥୀଙ୍କର ସମସ୍ୟା ବଢିପାରେ। ଆୟୋଗ ତାଙ୍କ ଉପରେ କ୍ରିମିନାଲ ଓ ଡିସପ୍ଲିନାରୀ ଆକ୍ସନ ନେବାକୁ ବିଚାର କରୁଛି। ଏଥିରେ ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ଆୟଶା ମକରାନୀ ଓ ରେୱାଡି(ବିହାର)ର ତୁଷାରଙ୍କର ନାମ ସାମିଲ ଅଛି। ଶୁକ୍ରବାର ଜାରି ବୟାନରେ କୁହାଯାଇଛି , ଏହି ଦୁଇ ବ୍ୟକ୍ତିଙ୍କର ଅଭିଯୋଗ ମିଛ। ସେମାନେ ନିଜର ଅଭିଯୋଗକୁ ସତ ସାବ୍ୟସ୍ତ କରିବା ପାଇଁ ନିଜ ପକ୍ଷରେ ନକଲି କାଗଜ ପତ୍ର ପ୍ରସ୍ତୁତ କରିଛନ୍ତି।

ଆୟୋଗ ଶୁକ୍ରବାର ଜାରି କରିଥିବା ବୟାନରେ କୁହାଯାଇଛି କି ,ଦୁହିଁଙ୍କର ଅଭିଯୋଗ ମିଛ। ସେମାନେ ନିଜ ଦାବିକୁ ସତ ପ୍ରମାଣିତ କରିବାକୁ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଏମିତି କରି ମକରାନୀ ଓ ତୁଷାର ଉଭୟ ସିଭିଲ ସେବା ପରୀକ୍ଷାର ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ। ୟୁପିଏସସି ସିଷ୍ଟମ ଦୃଢ ହେବା ସହ ଫୁଲପ୍ରୁଫ୍‌ ମଧ୍ୟ ଅଛି ଏବଂ ଏମିତି ଭୁଲ ହେବା କେତେ ସମ୍ଭବ ନୁହେଁ।

UPSC NDA NA 1 Result, UPSC NDA NA 1 Result 2023, UPSC results 2023

ଏଥିପାଇଁ ପରୀକ୍ଷା  ନିୟମର ପ୍ରାବଧାନ ଅନୁସାରେ , ବୟାନରେ କୁହାଯାଇଛି କି ୟୁପିଏସସି ଏହି ଦୁଇ ପ୍ରାର୍ଥୀଙ୍କ ବିରୁଦ୍ଧରେ ତାଙ୍କର ଠକେଇ କାମ ପାଇଁ ଅପରାଧିକ ଓ ଅନୁଶାସନାତ୍ମକ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରୁଛି । ଆୟୋଗ ଦ୍ୱାରା ବୟାନରେ କୁହାଯାଇଛି କି ୟପିଏସସିର ପ୍ରଣାଳୀ ମଜବୁତ୍ ହେବା ସହ ଫୁଲପ୍ରୁଫ୍‌ ମଧ୍ୟ ଅଛି ଏବଂ ଏମିତି ତ୍ରୁଟି ସମ୍ଭବ ନୁହେଁ। ୟୁପିଏସସି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ),  ଭାରତୀୟ ବିଦେଶ ସେବା (ଆଇଏଫଏସ) ଓ ଭାରତୀୟ ପୁଲିସ ସେବା (ଆଇପିଏସ) ସମେତ କେନ୍ଦ୍ରୀୟ ସେବାରେ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବି ର ପଦରେ ଅଫିସିଆଲି ଚୟନ କରିବା ପାଇଁ ପ୍ରତି ବର୍ଷ ୩ ପର୍ଯ୍ୟାୟ-( ପ୍ରାରମ୍ଭିକ , ମୁଖ୍ୟ ଓ ସାକ୍ଷାତକାର )-ରେ ସିଭିଲ ସେବା ପରୀକ୍ଷା ଆୟୋଜିତ କରିଥାଏ ।