PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କ୍ଷମା ନମାଗିଲେ ଆଜମଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ,ଏକାଠି ହେଲେ ସବୁ ଦଳର ମହିଳା ସାଂସଦ

ନୂଆଦିଲ୍ଲୀ,୨୬।୭: ଲୋକସଭାରେ ଗତ ଗୁରୁବାର ବାଚସ୍ପତି ବସିଥିବା ବିଜେପି ସାଂସଦ ରମା ଦେବୀଙ୍କୁ ନେଇ ସମାଜବାଦୀ ସାଂସଦ ଆଜମ ଖାନ୍ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପରେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବିରୋଧୀ ଦଳ ଓ ଲୋକସଭାର ବାଚସ୍ପତି ଓମ ବିର୍ଲା ସମାଧାନର ବାଟ ବାହାର କରିବା ପାଇଁ ବିଜେପି ସାଂସଦ ରମା ଦେବୀଙ୍କୁ ସଂସଦରେ ଆଜମ ଖାନ୍ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ଯଦି ସେ ଏଭଳି ନକରନ୍ତି ତେବେ ତାଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଲୋକସଭା ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରି ଚର୍ଚ୍ଚା କରିଛନ୍ତି। ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧରି, ଜୟଦେବ ଗଲ୍ଲା, ଦାନିଶ ଅଲ୍ଲୀ, ସୁପ୍ରିୟା ସୁଲେ ଆଦି ସାଂସଦଙ୍କୁ ସାକ୍ଷାତ କରିଛନ୍ତି।

ଏହାପୂର୍ବରୁ ବିଜେପି ଆଜମ ଖାନଙ୍କୁ ନିଲମ୍ବିତ କରିବାର ଦାବି କରିଥିଲା। ବିଜେପି ସହିତ ଟିଏମସି ଓ ଡିଏମକେର ସହିତ ସମସ୍ତ ମହିଳା ସାଂସଦ ମଧ୍ୟ ଆଜମ ଖାନଙ୍କ ବିରୋଧରେ ଆସିଯାଇଛନ୍ତି। ତାଙ୍କର ଏହି ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରି ମହିଳା ସାଂସଦମାନେ ମୋର୍ଚ୍ଚା ଖୋଲିଦେଇଥିଲେ। ଯାହାଫଳରେ ଲୋକସଭାରେ ଖୁବ୍ ହଙ୍ଗାମା ହୋଇଥିଲା। ଏନେଇ ବିଜେପି ସାଂସଦ ରମା ଦେବୀ କହିଛନ୍ତି, ଆଜମ ଖାନଙ୍କୁ ଲୋକସଭାରେ ରହିବାର କୌଣସି ଅଧିକାର ନାହିଁ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆଜମ ଖାନଙ୍କୁ କ୍ଷମା ମାଗିବା ଦରକାର,ନହେଲେ ତାଙ୍କୁ ଲୋକସଭାରୁ ବରଖାସ୍ତ କରାଯାଉ। କେନ୍ଦ୍ରମନ୍ତ୍ରୀ ଓ ଆମେଥିରୁ ବିଜେପି ସାଂସଦ ସ୍ମୃତି ଇରାନୀ କହିଛନ୍ତି ଏହା ସଂସଦ ମହିଳାଙ୍କ ସହିତ କେବଳ ଜଡିତ ନୁହେଁ ବଂର ସମାଜ ସହିତ ଜଡିତ। ଏହା ପୁରୁଷ ସହିତ ସମସ୍ତ ସଦସ୍ୟଙ୍କ ଏକ ଦାଗ। କାଲି ଆମର ସଂସଦ ଏଭଳି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲଜ୍ଜାଜନକ, ଯାହାକୁ ସାରା ଦେଶଦେଖିଛି। ମହିଳା କୌଣସି ପକ୍ଷରୁ ହୁଅନ୍ତୁ ନା କାହିଁ କାହାକୁ ମହିଳାଙ୍କୁ ଅପମାନ କରିବାର ଅଧିକାର ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ପ୍ରସଙ୍ଗରେ କାହା ମନରେ ସନ୍ଦେହ ରହିବା ଦରକାର ନାହିଁ। ବିନା କୌଣସି ସର୍ତ୍ତରେ ସମସ୍ତେ ଗୋଟିଏ ସ୍ବରରେ ଆଜମ ଖାନଙ୍କ ନିନ୍ଦା କରିବା ଦରକାର ଓ ଏକଜୁଟ ହୋଇ ଠିଆ ହେବା ଦରକାର।ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ କହିଥିଲେ, କୌଣସି ସାଂସଦ ଗୃହରେ ଠିଆ ହୋଇ ଏହା କହେନି ଯେ, ମୋ ଆଖି ଦେଖି କଥା କୁହ। ବାଚସ୍ପତି ମହୋଦୟ ଏହି ପ୍ରସଙ୍ଗରେ ସମସ୍ତ ମହିଳା ଆପଣଙ୍କୁ କିଛି ବଡ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି।

ଉଳ୍ଲେଖନୀୟ ଯେ, ଗତକାଲି ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍ କରିବା ନେଇ ଆଲୋଚନା ଚାଲିଥିବା ବେଳେ ଆଜମ୍ ଖାନ୍ କହିଥିଲେ, ‘ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ। ଆଜମ ଆଗକୁ କହିଛନ୍ତି, ମୁଁ ତ କେବେ ବି ଆପଣଙ୍କ ଉପରୁ ନଜର ହଟାଇବାକୁ ଚାହେଁନି।’ ତାଙ୍କର ଏଭଳି ଆପତ୍ତିଜନକ ମନ୍ତବ୍ୟ ପରେ ଗୃହରେ ଆରମ୍ଭ ହୋଇଥିଲା ହଙ୍ଗାମା