ଫ୍ୟାସନ୍ ସେନ୍ସ ପାଲଟିଲା ସମସ୍ୟା: ବାର ଦ୍ୱାର ବୁଲୁଛନ୍ତି ଉର୍ଫି, କେହି ଦେଉନାହାଁନ୍ତି ଘର ଭଡା

zeenews
ନୂଆଦିଲ୍ଲୀ ୨୫/୦୧: ଉର୍ଫି ଜାଭେଦ୍ ତାଙ୍କ ଫ୍ୟାଶନ୍ ସେନ୍ସ ହେତୁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଅନେକ ଥର ସେ ନିଜର ଅତରଙ୍ଗୀ ଲୁକ୍ସ ହେତୁ ସମସ୍ୟାରେ ପଡ଼ନ୍ତି । ବର୍ତ୍ତମାନ ଉର୍ଫି ଆଉ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ସେ ତାଙ୍କର ଏକ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରିଛନ୍ତି। ନିକଟରେ ଅଭିନେତ୍ରୀ କହିଥିଲେ ଯେ ମୁମ୍ବାଇରେ ଘର ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଛି। ତାଙ୍କୁ ମୁମ୍ବାଇରେ ଘର ଭଡା ଦେବାକୁ କେହି ପ୍ରସ୍ତୁତ ନୁହଁନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ନିଜର ଦୁଃଖ ବର୍ଣ୍ଣନା କରିଛନ୍ତି। ଉର୍ଫି କହିଛନ୍ତି, ତାଙ୍କ ଡ୍ରେସିଂ ସେନ୍ସ ଏବଂ ବିବାଦରେ ରହୁଥିବା କାରଣରୁ ଲୋକମାନେ ତାଙ୍କୁ ଘର ଦେବାକୁ ମନା କରି ଦେଉଛନ୍ତି।
Muslim owners don’t want to rent me house cause of the way I dress, Hindi owners don’t want to rent me cause I’m Muslim. Some owners have an issue with the political threats I get . Finding a rental apartment in mumbai is so tuff
— Uorfi (@uorfi_) January 24, 2023
ଅଭିନେତ୍ରୀ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ‘ମୋର ଡ୍ରେସିଂ ସେନ୍ସ ହେତୁ ମୁସଲମାନ ଘର ମାଲିକ ଭଡା ଦେବାକୁ ପ୍ରସ୍ତୁତ ନୁହଁନ୍ତି, ହିନ୍ଦୁମାନେ ମୋତେ ଘର ଦେବାକୁ ଚାହାଁନ୍ତି ନାହିଁ କାରଣ ମୁଁ ଜଣେ ମୁସଲମାନ। ରାଜନୈତିକ ଧମକକୁ ଭୟ କରି କିଛି ମାଲିକ ମୋତେ ଘର ଦେଉ ନାହାଁନ୍ତି। ମୁମ୍ବାଇରେ ଘର ଭଡା ପାଇବା ବହୁତ କଷ୍ଟକର।
ବର୍ତ୍ତମାନ ଉର୍ଫିଙ୍କ ଏହି ଟ୍ୱିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ ଘର ମାଲିକଙ୍କ ଏପରି ଆଚରଣକୁ ଭୁଲ୍ ବୋଲି କହିଛନ୍ତି। ଏଥି ସହିତ, ଉର୍ଫିଙ୍କର କିଛି ଫ୍ୟାନ୍ସ କହିଛନ୍ତି ସେ ତାଙ୍କୁ ଘର ଖୋଜିବାରେ ସାହାଯ୍ୟ କରିବେ। ପ୍ରାୟତଃ ଟ୍ରୋଲରଙ୍କ ଟାର୍ଗେଟରେ ଆସୁଥିବା ଉର୍ଫି ଏଥର ଲୋକଙ୍କ ପ୍ରେମ ଏବଂ ସମବେଦନା ପାଇଛନ୍ତି।