PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଜେଲ୍‌ ଗଲେ ଉର୍ଫି ଜାଭେଦଙ୍କୁ ବ୍ଲାକମେଲ୍‌ କରୁଥିବା କାଷ୍ଟିଂ ଡାଇରେକ୍ଟର ! ଅଭିନେତ୍ରୀଙ୍କ ଠାରୁ କରୁଥିଲେ ଭିଡ଼ିଓ ସେକ୍ସର ଡିମାଣ୍ଡ

ମୁମ୍ୱାଇ : ଉର୍ଫି ଜାବେଦ ଏକ ପୋଷ୍ଟ ଲେଖି କହିଥିଲେ କି, ଜଣେ ବ୍ୟକ୍ତି ତାଙ୍କୁ ଦୁଇ ବର୍ଷ ହେଲା ହଇରାଣ କରୁଛନ୍ତି। ଉର୍ଫି ଚାଟ୍‌ ବି ସେୟାର କରିଥିଲେ। ଅଭିଯୋଗ କରିଥିଲେ ବ୍ୟକ୍ତି ଜଣକ ତାଙ୍କୁ ଭିଡ଼ିଓ ସେକ୍ସ ପାଇଁ କହୁଥିଲେ। ସେ ତାଙ୍କର ଫଟୋ ସେୟାର କରିଥିଲେ ଏବଂ କହିଥିଲେ ସେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ଉର୍ଫି ଏହି ବ୍ୟକ୍ତିଙ୍କ ନାମ କହି ନାହାନ୍ତି। ପରେ ଜଣାପଡ଼ିଲା କି ଉର୍ଫି ଯାହାର ଫଟୋ ସେୟାର କରିଛନ୍ତି , ସେ ଜଣେ କାଷ୍ଟିଂ ଡାଇରେକ୍ଟର ଓ ତାଙ୍କର ନାମ ଓବେଦ ଅଫରିଦି । ମାମଲାର ସଦ୍ୟ ସୂଚନା  ମୁତାବକ , ଅଭିଯୁକ୍ତ ଏବେ ଜେଲ୍‌ରେ ଅଛି।

ଉର୍ଫି କହିଥିଲେ କି, ସେ ୨ ବର୍ଷ ପୂର୍ବେ ଏହି ମାମଲାରେ ପୁଲିସ୍‌କୁ ଅଭିଯୋଗ କରିଥିଲେ। ସେ ଦୁଇ ସପ୍ତାହ ପୂର୍ବେ ଗୋରୋଗାଁ ପୁଲିସ୍‌ ଷ୍ଟେସନରେ ଏଫଆଇଆର୍‌ ରୁଜୁ କରାଇଥିଲେ। ସେ ନିରାଶରେ ଥିଲେ କି ଏତେ ଦିନ ବିତିଯିବା ପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଏବେ ଯେବେ ଜାଣିଲେ ଅଭିଯୁକ୍ତ ଜେଲ୍‌ରେ ଅଛି ତ ଉର୍ଫି ଏକ ପୋଷ୍ଟ ଲେଖି ଏହାର ସୂଚନା ଦେଇଛନ୍ତି ।

ଉର୍ଫି କହିଛନ୍ତି , ଗୁଡ୍‌ ନ୍ୟୁଜ୍‌, ହଇରାଣ କରୁଥିବା ବ୍ୟକ୍ତି ଏବେ ଜେଲ୍‌ରେ । ଥାଙ୍କ ୟୁ୍‌ ମୁମ୍ୱାଇ ପୁଲିସ୍‌ । ସେ ନିଜର ପୋଷ୍ଟରେ ମୁମ୍ୱାଇ ପୁଲିସ୍‌କୁ ଟ୍ୟାଗ୍‌ କରିଛନ୍ତି ।

ଏହା ପୂର୍ବରୁ ଓବେଦ ଆଫରିଦି ହିନ୍ଦୁସ୍ତାନ ଟାଇମ୍ସକୁ କହିଥିଲେ , ଏହା ଫେକ୍‌ । ନା ମୋ ନାଁ ଦେଖାଯାଉଛି ନା ନମ୍ୱର । ମୁଁ ତାଙ୍କ ସହ ଯୁକ୍ତି କରିବାକୁ ଚାହୁଁ ନାହିଁ । କାରଣ ତାଙ୍କର ବୁଦ୍ଧି ହିଁ ନାହିଁ । ମୋତେ ମୋ ଜୀବନରେ ଶାନ୍ତି ଦରକାର । ଆମେ ପୂର୍ବରୁ କାମ କରିଛୁ ,ସବୁକିଛି ଭଲ ଥିଲା । ଟଙ୍କାକୁ ନେଇ କିଛି ଇସ୍ୟୁଜ୍‌ ଥିଲା ଯେଉଁଥି ପାଇଁ ସେ ଏହି ସବୁ ଆରମ୍ଭ କଲେ ।