PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପୁଣି ସିନେମାଘରେ ଗୁଞ୍ଜରଣ ହେବ ‘ହାଓଜ୍ ଦ ଜୋଶ୍’, ଏହି ଗୋଟିଏ ଦିନ ପାଇଁ ରିଲିଜ ହେବ ‘ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’

ନୁଆଦିଲ୍ଲୀ ୨୫/୭: ଯଦି ଆପଣଙ୍କୁ ପୁଣି ଥରେ ସିନେମା ଘରେ ‘ହାଓଜ୍ ଦ ଜୋଶ୍’ ଶୁଣିବାକୁ ଇଛା ଅଛି ତେବେ ଆପଣଙ୍କ ପାଇଁ ଏହା ବଡ ସୁଯୋଗ । କାରଣ ଆଦିତ୍ଯ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଜାନୁଆରୀରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ପୁଣି ଥରେ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

ବିକ୍କି କୌଶଲ ଏହି ଫିଲ୍ମରେ ସୋଲୋ ଆକ୍ଟର ଭାବେ ନିଜକୁ ପ୍ରମାଣ କରିଥିଲେ । ଫିଲ୍ମକୁ ଲୋକମାନେ ଏତେ ପସନ୍ଦ କଲେ ଯେ ଫିଲ୍ମର ସେହି ଡାଇଲଗ୍ ‘ହାଓଜ୍ ଦ ଜୋଶ୍’ ଚାରିଆଡେ ଗୁଞ୍ଜରିତ ହେଲା ।  ଏବେ ଫିଲ୍ମର  ନିର୍ମାତା ଓ ମହାରାଷ୍ଟ୍ର ସରକାର, କାର୍ଗିଲ୍ ଦିବସ ଅବସରରେ ଏହି ଫିଲ୍ମକୁ ପୁଣି ସିନେମାଘରେ ଦେଖାଇବା ପାଇଁ ନିଷ୍ପତି ନେଇଛନ୍ତି । ଅବଶ୍ଯ ଏହି ଫିଲ୍ମ କେବଳ ଗୋଟିଏ ଦିନ ପାଇଁ ସିନେମାଘରେ ରହିବ । କିନ୍ତୁ ଯଦି ଆପଣ ଏହାକୁ ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ  ସିନେମାଘରେ ଦେଖିପାରିବେ ।

ନିର୍ଦ୍ଦେଶକ ଆଦିତ୍ୟ ଧର ଘୋଷଣା କରିଛନ୍ତି ଯେ ବିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ କାର୍ଗିଲ୍ ଦିବସରେ ପୁଣି ରିଲିଜ ହେବା ପାଇଁ ପ୍ରସ୍ତୁତ ଅଛି । ସେ ଫିଲ୍ମ ପାଇଁ ୫୦୦ ସ୍କ୍ରିନିଂର ବ୍ୟବସ୍ଥା କରିବେ ।

କହିରଖୁଛୁ ‘ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଉରୀରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ ଫିଲ୍ମ । ଏହି ଆକ୍ରମଣ ୨୦୧୬ରେ ହୋଇଥିଲା । ଏହି ଫିଲ୍ମରେ ୟାମୀ ଗୌତମ, ମୋହିତ ରାଇନା, ପରେଶ ରାୱଲ, ରଜିତ୍ କପୁର ଓ କିର୍ତ୍ତି କୁଲହାରୀ ମଧ୍ଯ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।