ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ପାଣି ବଦଳରେ ପରିସ୍ରା ପିଇବାକୁ ଦେବା ଘଟଣାରେ ଆକ୍ସନ; ସବୁ କର୍ମଚାରୀଙ୍କ ହେବ ପରିସ୍ରା ନମୁନା ଯାଞ୍ଚ

Published By : Harapriya Sethi | August 1, 2025 10:49 AM

ମୋହନା, ୦୧/୦୮: ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା । RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା । ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼ । ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍‌ରେ ଛାଡିଲା ପୁଲିସ । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଆର. ଉଦୟଗିରି SDPO ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ଆର. ଉଦୟଗିରି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟରେ ସଚିନ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି । ୨୩ ତାରିଖ ରାତି ପ୍ରାୟ ୧୦ଟାରେ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ କାର୍ଯ୍ୟାଳୟରେ ଖଲାସି ଭାବେ କାର୍ଯ୍ୟ କରୁଥିବା ଶିବନାରାୟଣ ନାୟକ ଖାଇବାକୁ ଦେଇଥିଲେ । ପରେ ବୋତଲରେ ପାଣି ଆଣି ଯନ୍ତ୍ରୀଙ୍କୁ ଦେଇଥିଲେ । ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ ହେବାରୁ ଲାବ୍‌ ଟେଷ୍ଟ ପାଇଁ ଆର୍‌. ଉଦୟଗିରି ଓ ପାରଳାଖେମୁଣ୍ଡି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟକୁ ଦେଇଥିଲେ । ପରେ ତାହା ପରିସ୍ରା ବୋଲି ଜାଣିବାକୁ ପାଇଥିଲେ । ଏନେଇ ତଦନ୍ତ ପାଇଁ ଯନ୍ତ୍ରୀ ପ୍ରଥମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । କୌଣସି ପଦକ୍ଷେପ ନ ନେବା ପରେ ବୁଧବାର ସେ ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି । କର୍ମଚାରୀ ଶିବ କହିଛନ୍ତି, କ୍ୱାର୍ଟର୍ସରେ ଥିବା ଆକ୍ୱାଗାର୍ଡରୁ ବୋତଲରେ ପାଣି କାଢ଼ି ଦେଇଥିଲେ । ତାହା ପରିସ୍ରା ବୋଲି ସେ ଜାଣିନଥିବା କହିଛନ୍ତି । ଏନେଇ ଆର.ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ମାମଲା ରୁଜୁ ହୋଇନି । ଅନୁଧ୍ୟାନ କରାଯିବା ସହ ଉଭୟ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି ଆର୍‌. ଉଦୟଗିରି ଏସ୍‌ଡିପିଓ ସୁରେଶ ତ୍ରିପାଠୀ । ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଗଜପତି ଏସ୍‌ପି ଯତୀନ୍ଦ୍ର ପଣ୍ଡା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.