PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପାଣ୍ଡ୍ୟାଙ୍କ ସହ ସମ୍ପର୍କ ଚର୍ଚ୍ଚା ନେଇ ରାଗିଲେ ଉର୍ବଶି : ମୋର କିଛି ସମ୍ପର୍କ ନାହିଁ

ନୂଆଦିଲ୍ଲୀ, ୨୯/୦୭ (ଏଜେନ୍ସି): ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ୍‌ ଅଭିନେତ୍ରୀ ଉର୍ବଶି ରାଉତେଲାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ସୋସିଆଲ୍‌ ମିଡିଆରେ ପାଣ୍ଡ୍ୟା ଓ ଉର୍ବଶି ନାମକ ୨ଟି ନକଲି ଆକାଉଣ୍ଟରେ ଏକ ଭିଡିଓ ଅପ୍‌ଲୋଡ୍‌ କରାଯାଇଛଇ । ଉର୍ବଶି ତାଙ୍କ ପୂର୍ବତନ ପ୍ରେମିକ ପାଣ୍ଡ୍ୟାଙ୍କୁ ବିଶ୍ୱକପ୍‌ ମ୍ୟାଚ୍‌ ପାସ୍‌ ମାଗୁଛନ୍ତି । ପାଣ୍ଡ୍ୟା କିଛି ଜବାବ ଦେଉ ନାହାନ୍ତି । ଭିଡିଓଟି ଭାଇରାଲ ହେବା ପରେ ଉର୍ବଶି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେ ଏହି ଭିଡିଓର ସ୍କ୍ରିନ୍‌ ସଟ୍‌କୁ ନିଜ ଟ୍ୱିଟରରେ ଛାଡ଼ି କହିଛନ୍ତି, ଏହା ଏକ ନକଲି ଭିଡିଓ । ଦୟାକରି ଏହି ଭିଡିଓକୁ ସେୟାର କରି ମୋତେ କଷ୍ଟ ଦିଅନ୍ତୁ ନାହିଁ । ମୋର ପରିବାର ଅଛି । ସେମାନଙ୍କୁ ମୋତେ ଜବାବ ଦେବାକୁ ପଡ଼ିବ । ଯାହାକି ମୋତେ ଅସୁବିଧାରେ ପକାଉଛି ।’ ସୂଚନାଯୋଗ୍ୟ, ୨୦୧୮ରେ ପାଣ୍ଡ୍ୟା-ଉର୍ବଶିଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେତେବେଳେ ଉଭୟ ଏହାକୁ ଖଣ୍ଡନ କରିଥିଲେ । ପାଣ୍ଡ୍ୟାଙ୍କ ସହ ପୂର୍ବରୁ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ନାମ ଯୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରେ ଅଭିନେତ୍ରୀ ଏଲି ଅବରାମ ଓ ଈଶା ଗୁପ୍ତା ପ୍ରମୁଖ ସାମିଲ ଅଛନ୍ତି ।

ସମ୍ବନ୍ଧିତ ଖବର