ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ଏହି ଦିଗଜ ଅଭିନେତ୍ରୀଙ୍କ ବାୟୋପିକ୍‌ରେ ନଜର ଆସିବେ ଉର୍ବଶୀ, ପୋଷ୍ଟ ସେୟାର କରି ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ ୦୫/୦୬: ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଜଲୱା ଦେଖାଇଥିଲେ।  ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କ ସହ ଏକ ବଡ ଅପଡେଟ୍ ସେୟାର କରିଛନ୍ତି। ଖୁବ୍ ଶୀଘ୍ର ଉର୍ବଶୀଙ୍କୁ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତ୍ରୀ ପରଭିନ୍ ବାବିଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବ। ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ଜଣାଇଛନ୍ତି।

wp:html
/wp:html

ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ୱାସିମ ଏସ୍‌ କାନଙ୍କ ଫିଲ୍ମରେ କାମ କରିବେ। ଯାହାର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଫିଲ୍ମର ଷ୍ଟୋରୀ ଲାଇନ୍ ଧୀରଜ ମିଶ୍ରା ଲେଖିଛନ୍ତି। ଏଥିରେ ପରଭିନ୍‌ ବାବିଙ୍କ ନାମ ବୋଲ୍ଡ ଅକ୍ଷରରେ ଲେଖାଯାଇଛି ଏବଂ ସେଥିରେ ଦୁଇଟି ପାରାଗ୍ରାଫ୍ ଅଛି ଯେଉଁଥିରେ ଲେଖା ଅଛି, ‘ଏହି ଫିଲ୍ମଟି ଅଭିନେତ୍ରୀଙ୍କ ଫିଲ୍ମ କ୍ୟାରିୟର ତଥା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବ। ଏହି ଫିଲ୍ମଟି ତାଙ୍କର ସୁବର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ପରଦାରେ ଉପସ୍ଥାପନ କରିବ।’ ଏଥିସହ ଉର୍ବଶୀ କ୍ୟାପସନରେ ଲେଖିଛନ୍ତି, ‘ବଲିଉଡ ବିଫଳ ହୋଇଛି କିନ୍ତୁ ମୁଁ ଆପଣଙ୍କୁ ଗର୍ବିତ ଅନୁଭବ କରାଇବି ପରଭିନ୍‌ ବାବି। ଓଁ ନମଃ ଶିବାୟ। ବାସ୍ତବରେ ଏହି ନୂତନ ଯାତ୍ରା ଯାଦୁକର।’

wp:heading {"level":3}

you can read...

/wp:heading wp:embed {"url":"https://www.prameya.com/actor-director-aamir-raza-husain-passes-away/","type":"wp-embed","providerNameSlug":"prameya"}
https://www.prameya.com/actor-director-aamir-raza-husain-passes-away/
/wp:embed

ପରଭିନ ବାବି ୧୯୭୨ ମସିହାରେ ମଡେଲିଂ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର ଫିଲ୍ମ କ୍ୟାରିଅର୍ ୧୯୭୩ ରେ ‘ଚରିତ୍ର’ ଫିଲ୍ମରୁ ଆରମ୍ଭ ହୋଇଥିଲା। ପରଦାରେ ସେ ଏକରୁ ଅଧିକ ଫିଲ୍ମରେ କାମ କରିଥିଲେ। ପ୍ରଫେସନାଲ୍ ଲାଇଫ୍‌ ସହିତ ପରଭିନ୍ ମଧ୍ୟ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ ଥିଲେ। ଅଭିନେତ୍ରୀଙ୍କ ନାମ ଅନେକ କଳାକାରଙ୍କ ସହ ଜଡିତ ଥିଲା।  ଜାନୁୟାରୀ ୨୨, ୨୦୦୫ ରେ ଅଭିନେତ୍ରୀଙ୍କ ଫ୍ଲାଟରୁ ତାଙ୍କ ମୃତ ଦେହ ମିଳିଥିଲେ।

Copyright © 2022 - Summa Real Media Private Limited. All Rights Reserved.