ନୂଆଦିଲ୍ଲୀ, ୨୭/୦୨ : ଘନୋଉଛି ଯୁଦ୍ଧ ସଙ୍କଟ। ଇରାନ ଉପରେ ଆକ୍ରମଣ ମୁଡ୍ ରେ ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ନେଇ କଡ଼ା ସମାଲୋଚନା କଲେ ଆମେରିକୀୟ ସାଂସଦ। କହିଲେ ରମଜାନ ମାସରେ ମୁସଲିମ୍ ଦେଶଙ୍କୁ କାହିଁକି ଟାର୍ଗେଟ୍ କରୁଛି ଆମେରିକା ? ପୂର୍ବରୁ ଇରାକ୍ ଉପରେ ଆମେରିକାର ଆକ୍ରମଣ ଉଦାହରଣ ଦେଇ ବର୍ଷିଲେ ସୋମାଲିଆର ସାଂସଦ ଇଲହାନ ଉମର।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସାଂସଦ ଇଲହାନ ଉମର ପୋଷ୍ଟ କରି ଲେଖିଛନ୍ତି ଯେ, ଆମେରିକା ରମଜାନ ମାସରେ ଇରାକ୍ ଉପରେ ଆକ୍ରମଣ କରିଥିଲା। ଦୁଃଖର ବିଷୟ ଏବେ ପୁଣି ଥରେ ରମଜାନ ମାସରେ ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ଯାଉଛି। ବୋଧହୁଏ ରମଜାନ ମାସରେ ମୁସଲିମ୍ ଦେଶ ଉପରେ ଆକ୍ରମଣ କରିବା ଆମେରିକାକୁ ଖୁବ୍ ପସନ୍ଦ। ମୁଁ ନିଶ୍ଚିତ ଯେ, ଅନ୍ତରାଷ୍ଟ୍ରୀୟ ଆଇନ ଉଲ୍ଲଙ୍ଘନ ଯୋଗୁଁ ଏହି ଦେଶ ଗୁଡ଼ିକ ଉପରେ ଆକ୍ରମଣ ହେଉ ନାହିଁ ବରଂ ସେମାନେ କାହାକୁ ପୂଜା କରୁଛନ୍ତି ସେହି ଆଧାରରେ ଆକ୍ରମଣ ହେଉଛି।
Iraq was attacked by the US during Ramadan and it sickening to know that the US is again going to attack Iran during Ramadan. The US apparently loves to strike Muslim countries during Ramadan and I am convinced it isn’t what these countries have done to violate international law…
— Ilhan Omar (@IlhanMN) February 27, 2026
ସୂଚନା ଥାଉକି, ଗୁରୁବାର ଜେନିଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏଥିରେ କୌଣସି ନିଷ୍କର୍ସ ବାହାରିନାହିଁ। ହେଲେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଓମାନର ବୈଦେଶିକ ମନ୍ତ୍ରୀ ବଦ୍ର ଅଲବୁସୈଦୀ କହିଛନ୍ତି ଯେ ଆଲୋଚନାରେ ଗୁରୁତ୍ଵପୂର୍ଣ୍ଣ ଅଗ୍ରଗତି ହୋଇଛି।
ଏହି ଖବରଟିକୁ ପଢନ୍ତୁ- ଇରାନ ଉପରେ ସିଧାସଳଖ ଆକ୍ରମଣ କରିବାକୁ ଚାହୁଁ ନାହାନ୍ତି ଟ୍ରମ୍ପ, କାହିଁକି ଜାଣନ୍ତୁ ?