ନୂଆଦିଲ୍ଲୀ,୯।୧୨: ଆମେରିକାର ବାର୍ଷିକ ପ୍ରତିରକ୍ଷା ନୀତି ବିଲ;ଶ ଭାରତ ସହ ସହଯୋଗକୁ ବ୍ୟାପକ କରିବା ନେଇ ଜୋର ଦିଆଯାଇଛି। ଏଥିରେ କ୍ବାଡ ଜରିଆରେ ସହଯୋଗ ବୃଦ୍ଧି କରିବା କଥା କୁହଯାଇଛି। ଯାହାଫଳରେ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ସହ ଚୀନର ଚ୍ୟାଲେଞ୍ଜକୁ ମୁକାବିଲା କରିହେବ।

ସାଂସଦମାନେ ରବିବାର ଆର୍ଥିକ ବର୍ଷ ୨୦୨୬ ପାଇଁ ନ୍ୟାସନାଲ ଡିଫେନ୍ସ ଅଥୋରାଇଜେସନ୍ ଆକ୍ଟ ବିଲ୍ ଜାରି କରିଛନ୍ତି। ଏହା ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିରକ୍ଷା ମେଣ୍ଟ ଏବଂ ସହଭାଗୀତା ପ୍ରତି କଂଗ୍ରେସର ଦୃଷ୍ଟିକୋଣକୁ ରୂପରେଖା ପ୍ରଦାନ କରିଛି। ଏଥିରେ କୁହାଯାଇଛି, ପ୍ରତିରକ୍ଷା ସଚିବ ଚୀନ୍ ସହିତ ରଣନୈତିକ ପ୍ରତିଯୋଗିତାରେ ଆମେରିକାର ‘ତୁଳନାତ୍ମକ ଲାଭ’ ବୃଦ୍ଧି କରିବା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକାର ପ୍ରତିରକ୍ଷା ମେଣ୍ଟ ଏବଂ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ।

ଏହି ପ୍ରୟାସ ଦ୍ବାରା ଭାରତ ସହ କମ୍ବାଡ କ୍ବାଡ ଜରିଆରେ ଆମେରିକା ସହଯୋଗକୁ ବିସ୍ତାର କରିହେବ। ଏଥିରେ ଦ୍ବିପାକ୍ଷିକ ଓ ବହୁପାକ୍ଷୀୟ ସହଯୋଗ, ସାମରିକ ଅଭ୍ୟାସରେ ଭାଗିଦାରୀ, ପ୍ରତିରକ୍ଷା ବ୍ୟାପାରର ବିସ୍ତାବର ଓ ମାନବୀୟ ସହାୟତା ତଥା ବିପର୍ଯ୍ୟୟରେ ସହଯୋଗ ରହିଛି। ଫଳରେ ଏକ ସ୍ବତନ୍ତ୍ର ଏବଂ ମୁକ୍ତ କ୍ଷେତ୍ର ଗଠନ କରିହେବ। ଏହାଛଡା ଏଥିରେ ଭାରତ ସହ ସାମୁଦ୍ରିକ ସୁରକ୍ଷା ଉପରେ ଅଧିକ ସହଯୋଗ ଓ ସମ୍ଭାବନା ଉପରେ ଜୋର ଦିଆଯାଇଛି। କ୍ବାଡରେ ଭାରତ, ଆମେରିକା,ଜାପାନ ଓ ଅଷ୍ଟେ୍ରଲିଆରହିଛି। ଚୀନ୍ର ଆକ୍ରାମକ ବ୍ୟବହାରର ସାମାନ କରିବା ପାଇ: ୨୦୧୭ ରେ ଏହି ଗୋଷ୍ଠୀ ତିଆରି ହୋଇଥିଲା।