ନୂଆଦିଲ୍ଲୀ,୧୦/୦୭: ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇଛି । ଶାନ୍ତିଚୁକ୍ତି ପରେ ବି ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପରସ୍ପର ଉପରେ ପୁଣି ଆକ୍ରମଣ କରିଛନ୍ତି ଦୁଇଦେଶ । ଫଳରେ ଶାନ୍ତିଚୁକ୍ତି ବିପଦରେ ପଡିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଛନ୍ତି ଶାନ୍ତିଚୁକ୍ତି ସରିଲା ଏବେ ଯୁଦ୍ଧ । ଦୁଇଦେଶ ମଧ୍ୟରେ ଲଢେଇ କେବେ ସରିବ ତାହା ପ୍ରଶ୍ନ ଘେରରେ ରହିଛି । ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଇଙ୍କ ଅନ୍ତିମ ସଂସ୍କାର ଭିତରେ ପୁଣି ତେହରାନର ବୁଶେହର ସମେତ ଅନେକ ସ୍ଥାନରେ ବଡ଼ ବିସ୍ଫୋରଣ ହୋଇଛି । ଇରାନ ଉପରେ ଏହି ନୂଆ ଆକ୍ରମଣକୁ ଆମେରିକା ଖାରଜ କରିଛି ।
ଇରାନୀ ଗଣମାଧ୍ୟମ ଦାବି କରିଛି ଯେ, ବୁଶେହର, କୋନାରାକ, ଚାବାହାର ଏବଂ ବନ୍ଦର ଆବାସ ସହରରୁ ବିସ୍ଫୋରଣର ରିପୋର୍ଟ ଆସିଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କୋନାରାକରେ ୩ଟି ବିସ୍ଫୋରଣ ଶୁଣାଯାଇଛି। ବୁଶେହର ଏବଂ ଚୋଘଡାକରୁ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ । ବିସ୍ଫୋରଣରେ ସାମରିକ କାର୍ଯ୍ୟକଳାପ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ନୁହେଁ । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି । କୌଣସି ପକ୍ଷ ଦ୍ୱାରା କାରଣ କିମ୍ବା ସମ୍ଭାବ୍ୟ ଆକ୍ରମଣର କୌଣସି ସରକାରୀ ନିଶ୍ଚିତ କରାଯାଇ ନାହିଁ ।
ଆକ୍ରମଣକୁ ଆମେରିକାର ଅସ୍ୱୀକାର- ନୂଆ ଆକ୍ରମଣକୁ ଆମେରିକା ଅସ୍ୱୀକାର କରିଛି । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଗତ କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନରେ କୌଣସି ଆକ୍ରମଣ କରିନାହିଁ, ଯେତେବେଳେ ଇରାନର ସରକାରୀ ଗଣମାଧ୍ୟମ ଏବଂ ବୁଶେହର ପରମାଣୁ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳ ସମେତ ଦେଶର ଦକ୍ଷିଣ ଭାଗରେ ସ୍ଥାନୀୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ, ଆକ୍ରମଣ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣକୁ ଖଣ୍ଡନ କରିଛନ୍ତି । ଇରାନ୍ ଉପରେ ଫ୍ରେସ୍ ଆକ୍ରମଣ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଏହା ବି ପଢନ୍ତୁ...iran vs us : ଭାରତରେ ବଢିପାରେ ଦରଦାମ୍, ଆମେରିକା ଆକ୍ରମଣରେ ଇରାନର ଚବାହାର ବନ୍ଦର କ୍ଷତିଗ୍ରସ୍ତ, ଘଟଣା ଉପରେ ନଜର ରଖିଛି ନୂଆଦିଲ୍ଲୀ…
ଟ୍ରମ୍ପ ଏବଂ ନେତାନ୍ୟାହୁ କଥାବାର୍ତ୍ତା- ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, "ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସନ୍ଧ୍ୟାରେ ପୁଣି ଥରେ ଫୋନରେ ହୋଇଛନ୍ତି । ସେମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦେଶ ମଧ୍ୟରେ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ସହମତ ହୋଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କୁ ଉପସାଗରୀୟ ଅଞ୍ଚଳରେ ସାମ୍ପ୍ରତିକ ଆମେରିକାର ବିକାଶ ବିଷୟରେ ଅବଗତ କରାଇଛନ୍ତି ।
ହୋର୍ମୁଜରେ ୩ଟି ବାଣିଜ୍ୟିକ ଜାହାଜକୁ ଇରାନର ଆକ୍ରମଣ ପରେ ଆମେରିକା ପ୍ରତିଶୋଧ ନେଇଛି । ବୁଧବାର ଇାରନ ଉପରେ ମିସାଇଲ୍ ମାଡ କରିଥିଲା ଆମେରିକା । ଟ୍ରମ୍ପ ଇରାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଥିଲେ। ଏହା ପରେ, ଆମେରିକୀୟ ସେନା ବନ୍ଦର ଆବାସ, ସିରିକ୍ ସମେତ ଅନେକ ଇରାନ ସହର ଉପରେ ଆକ୍ରମଣ କରିଥିଲା । ସଦ୍ୟତମ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୭୮ ଜଣ ଆହତ ହୋଇଥିଲେ । ମଶହଦକୁ ରେଳ ସଂଯୋଗ ବିଚ୍ଛିନ୍ନ ହୋଇଥିଲା ।