ନୂଆଦିଲ୍ଲୀ,୧୮/୦୫: ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି । ଜିଦରେ ଅଟଳ ଇରାନ-ଆମେରିକା । ଦୁଇ ଦେଶ ମଧ୍ୟରେ କେବେ ଶାନ୍ତି ଫେରିବ ତାହା ଅନିଶ୍ଚିତତାରେ ରହିଛି । ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଯୁ୍ଦ୍ଧ ଯୋଗୁଁ ବିଶ୍ୱ ପ୍ରଭାବିତ ହୋଇଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେଇଛି । ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଯୋଗୁଁ, ଆମଦାନୀ ନିର୍ଭରଶୀଳ ଦେଶଗୁଡିକରେ ଏଲପିଜିଠାରୁ ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟନ୍ତ ସବୁକିଛି ପାଇଁ ହଇରାଣ ହେବାକୁ ପଡିଛି । ଯୁଦ୍ଧ ଆରମ୍ଭର ହେବାର ୨ ମାସରୁ ଅଧିକ ସମୟ ବିତିଲାଣି । ଇରାନ ଏବେ ଏପରି ଏକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତି କରୁଛି ଯାହା ଅନେକ ଦେଶରେ ଇଣ୍ଟରନେଟ୍ ବନ୍ଦ କରିପାରିବ । ହୋର୍ମୁଜ ଅବରୋଧ କରିବା ପରେ ଇରାନ ସମ୍ପ୍ରତି ସମୁଦ୍ର ତଳେ ବିଛାଯାଇଥିବା ଇଣ୍ଟରନେଟ୍ କେବୁଲଗିଡୁକୁ ଅସ୍ତ୍ର କରିବାକୁ ଧମକ ଦେଇଛି ।
ରିପୋର୍ଟ ଅନୁଯାୟୀ, ଇରାନ ହୋର୍ମୁଜ ପ୍ରଣାଳୀ ତଳେ ବିଛାଯାଇଥିବା କେବୁଲଗୁଡିକୁ ଟାର୍ଗେଟ କରିପାରେ । ଯାହା ଉପସାଗରୀୟ ଦେଶ ଏସିଆ ଏବଂ ୟୁରୋପ ମଧ୍ୟରେ ତଥ୍ୟା ସ୍ଥାନାନ୍ତର କରିଥାଏ । ଏହି ଯୋଜନା ଅନୁଯାୟୀ ଇରାନ କେବୁଲଗୁଡିକୁ ବ୍ୟବହାର କରିବା ପାଇଁ ଗୁଗୁଲ, ମାଇକ୍ରୋସପ୍ଟ, ମେଟା ଏବଂ ଆମାଜନ ଭଳି କମ୍ପାନୀଗୁଡିକଠାକୁ ମେଟା ଫି ଆଦାୟ କରିପାରେ । ସୂଚନା ଅନୁଯାୟୀ ସମୁଦ୍ର ପଥ ଅଧୀନରେ ଏଏଆଇ-୧, ଫାଲକନ ନେଟୱାର୍କ, ଗଲ୍ଫ ବ୍ରିଜ୍ ପରି କେବୁଲ ସିଷ୍ଟମ ଅଛି ।
ସମୁଦ୍ର ତଳ କେବୁଲ ଗୁଡିକ ଗୁରୁତ୍ୱପୂର୍ଣ୍ଣ କାହିଁକି ? ମିଳିତ ଜାତିସଂଘର ଏକ ସଂସ୍ଥା, ଇଣ୍ଟରନେଟ୍ ଟେଲିକମ୍ୟୁନିକେସନ୍ ୟୁନିୟମ ଅନୁଯାୟ, ବିଶ୍ୱର ୯୯ ପ୍ରତିଶତ ଆନ୍ତର୍ଜାତୀୟ ଇଣ୍ଟରନେଟ୍ ଟ୍ରାଫିକ୍ ଏହି ସବମେରିନ ଫାଇବର ଅପ୍ଟିକ ଭଳି କେବୁଲ ମାଧ୍ୟମରେ ଯାତ୍ରା କରେ । ଏହି କେବୁଲଗୁଡ଼ିକ ୟୁଏଇ, କତାର, ବାହାରିନ୍, କୁଏତ ଏବଂ ସାଉଦି ଆରବ ଭଳି ଦେଶଗୁଡ଼ିକର ଡିଜିଟାଲ୍ ଜୀବନରେଖା । ଏମାନେ ସାମ୍ପ୍ରତିକ ବର୍ଷ ଗୁଡିକରେ ଏଆଇ ଏବଂ କ୍ଲାଉଡ୍ ଭିତ୍ତିଭୂମିରେ କୋଟି କୋଟି ଡଲାର ନିବେଶ କରିଛନ୍ତି । ଭୂରାଜନୈତିକ ବିଶ୍ଳେଷଣ ମାଶା କୋଟକିନ୍ସଙ୍କ ଅନୁଯାୟୀ, ଏହି କେବୁଲଗୁଡିକର କ୍ଷତି ଇଣ୍ଟନନେଟ୍ ଗତିକୁ ହ୍ରାସ କରିପାରେ । ଅନଲାଇନ୍ ବ୍ୟାଙ୍କିକୁ ବାଧା ଦେଇପାରେ । ବିଶ୍ୱର କୋଟି କୋଟି ଡଲାର ଆର୍ଥିକ କ୍ଷତି ଘଟାଇପାରେ ।
ଏହା ବି ପଢନ୍ତୁ...America Iran Conflict : ଇରାନ୍ ସର୍ତ୍ତ ମାନିଲାନି, ଓଲଟା ୫ ସର୍ତ୍ତ ରଖିଲା ଆମେରିକା...ରାଜି ହେବ ତ ତେହେରାନ ?
ଅନ୍ୟ କିଛି ଉପାୟ ଅଛି କି ? ବିଶେଷଜ୍ଞମାନେ ସ୍ପଷ୍ଚ ଭାବରେ କହିଛନ୍ତି ଯେ, ବର୍ତ୍ତମାନ କେବୁଲର କୌଣସି ସଠିକ୍ ବିକଳ୍ପ ନାହିଁ । ଟେଲିକମ୍ ଗବେଷଣା ଫାର୍ମ ଟେଲିଗ୍ରାଫ୍ ଅନୁଯାୟୀ, ଉପଗ୍ରହଗୁଡିକ କେବେ ବି ବୁଡାଜାହାଜ କେବୁଲର ଅତ୍ୟଧିକ ଡାଟା ଲୋଡ୍ ପରିଚାଳନା କରିପାରିବେ ନାହିଁ । ଏଲନ୍ ମସ୍କଙ୍କ ପରି ନେଟୱାର୍କଗୁଡିକ ଏକ ସୀମିତ ସମାଧାନ ହୋଇପାରେ, କିନ୍ତୁ ସେମାନେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଟ୍ରାଫିକ୍ ପରିଚାଳନା କରିବାକୁ ସକ୍ଷମ ନୁହଁନ୍ତି ।
କହି ରଖୁଛି କି, ଫେବୃଆରୀ ୨୮ରୁ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ କରିଥିଲେ । ଏପ୍ରିଲ ୮ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା । କିନ୍ତୁ ପରିସ୍ଥିତି ଅନିଶ୍ଚିତ ରହିଛି । ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଇରାନର ସମୟ ଶେଷ ହେଉଛି । ଇରାନ ଉପରେ ବଡ଼ ଆକ୍ରମଣ କରିପାରନ୍ତି ।