ନୂଆଦିଲ୍ଲୀ,୦୫/୦୪; ଉଗ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁ୍ଦ୍ଧ । ୩୭ତମ ଦିନରେ ପହଞ୍ଚିଛି ଇରାନ-ଇସ୍ରାଏଲ ଏବଂ ଆମେରିକା ବିବାଦ । ଟ୍ରମ୍ପଙ୍କ ଧମକ ପୁଣି ଇରାନର ପାଲଟା ଜବାବ ଜାରି ରହିଛି । ଏବେ ଇରାନ ଡ୍ରୋନ୍ ଆଟାକରେ ଦୋହଲିଛି କୁଏତ । କୁଏତର ଦୁଇଟି ପ୍ରମୁଖ ବିତ୍ୟୁତ ଏବଂ ୱାଟର ପ୍ଲାଣ୍ଟ ଭିତ୍ତିଭୂମିକୁ ଟାର୍ଗେଟ କରିଛି ଇରାନ । ପାୱାର ଏବଂ ୱାଟର ପ୍ଲାଟର ବ୍ୟାପକ କ୍ଷତି ହୋଇଛି । ବିଦ୍ୟୁତ ଉତ୍ପାଦନକାରୀ ୟୁନିଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ । କୁଏତର ତୈଳ କ୍ଷେତ୍ର ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପୂର୍ବରୁ ଟାର୍ଗେଟ କରାଯାଇଛି ।

କୁଏତ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣ ପ୍ଲାଣ୍ଟର ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚାଇଛି । ଦୁଇଟି ମୁଖ୍ୟ ବିତ୍ୟୁତ୍ ଉତ୍ପାଦନ ୟୁନିଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ଆକ୍ରମଣକୁ ଅପରାଧୀ ଘୋଷଣା କରାଯାଇଛି । କୁଏତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି । ପୂର୍ବରୁ ଇରାନ ଡ୍ରୋନ ଏକ ପ୍ରମୁଖ ଶୁୱାଇଖ ତୈଳ କ୍ଷେତ୍ର କମ୍ପ୍ଲେକ୍ସରେ ନିଆଁ ଲଗାଇ ଦେଇଥିଲା । ଆଶ୍ୱସ୍ତିକର କଥା ହେଉଛି ଏହି ଡ୍ରୋନ୍ ଆକ୍ରମଣରେ କେହି ପ୍ରାଣ ହରାଇନାହାନ୍ତି । ବର୍ତ୍ତମାନ ସମଗ୍ର ଅଞ୍ଚଳ ହାଇ ଆଲର୍ଟରେ ରହିଛି । କାରଣ ଭବିଷ୍ୟତରେ ଏହି ଆକ୍ରମଣ ହେବା ଆଶଙ୍କା ରହିଛି ।

ଏହା ବି ପଢନ୍ତୁ...'ଆମେରିକା ପାଇଁ ସମଗ୍ର ଅଞ୍ଚଳକୁ ନର୍କରେ ପରିଣତ କରିବୁ'; ଟ୍ରମ୍ପଙ୍କ ୪୮ ଘଣ୍ଟା ଅଲିମେଟମ୍‌ରେ ଇରାନର ପାଲଟା ଜବାବ   

ଉପସାଗରୀୟ ଅଞ୍ଚଳରେ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧର ୩୭ତମ ଦିନରେ, ଇସ୍ରାଏଲ ପୁଣି ଥରେ ଇରାନର ଭିତ୍ତିଭୂମି ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନ କୁୱେତର ଶକ୍ତି ଏବଂ ଜଳ ଡିସାଲିନେସନ୍ ପ୍ଲାଣ୍ଟକୁ ଟାର୍ଗେଟ କରି ଧ୍ୱଂସ କରିଛି । ଇରାନର ମାଶାଦର ଆହଭାଜରେ ଥିବା ସ୍ୱତନ୍ତ୍ର ପେଟ୍ରୋକେମିକାଲ୍ ଜୋନ୍ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଏହି କମ୍ପ୍ଲେକ୍ସ ଇରାନର ଘରୋଇ ପେଟ୍ରୋଲର ପ୍ରାୟ ୭୦ ପ୍ରତିଶତ ଯୋଗାଣ କରେ । ଏହି କମ୍ପ୍ଲେକ୍ସ ଯୋଗୁଁ ଇରାନରେ କାର, ଟ୍ରକ୍ ଏବଂ ଜେନେରେଟର ଇନ୍ଧନ ପାଏ । ଏବେ ଇସ୍ରାଏଲ ଇରାନର ଏହି ଗୁରୁତ୍ୱପୂର୍ଣ୍ଣ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରି ଏହାକୁ ପାଉଁଶ କରିଦେଇଛି।