PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଆମେରିକୀୟ ସାଂସଦଙ୍କ ପ୍ରସ୍ତାବ, ଲସ୍କର ସହ ସମ୍ପୃକ୍ତ ଆମେରିକାର ଏନଜିଓ ସମ୍ପର୍କରେ କରାଯାଉ ଯାଞ୍ଚ

ନୂଆଦିଲ୍ଲୀ,୩।୩: ଆମେରିକା ଜଣେ ସାଂସଦ ଏବେ ସେଠାର ସଂସଦରେ ଏକ ପ୍ରସ୍ତାବ ଆଗତ କରି ପାକିସ୍ତାନ ଓ କଶ୍ମୀରେ ସକ୍ରିୟ ଆମେରିକୀୟ ଏନଜିଓ ଗୁଡିକର ଗତିବିଧିର ଯାଞ୍ଚ କରିବା ନେଇ ଦାବି କରିଛନ୍ତି। ଏନଜିଓ ଗୁଡିକରେ ଲସ୍କର-ଏ-ତୋଏବା ଏବଂ ଏହାର ସହଯୋଗୀ ଦଳ ଗୁଡିକ ସହିତ ତାଙ୍କର ସହଯୋଗୀ ଆତଙ୍କୀ ସଂଗଠନ ସାମିଲ ଅଛନ୍ତି ବୋଲି କହିଛନ୍ତି। ଲସ୍କର ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା। ଏଥିରେ ଆମେରିକୀୟ ନାଗରିକ ସହିତ ପ୍ରାୟ ୧୬୬ ଜଣ ଲୋକଙ୍କର ଜୀବନ ଯାଇଥିଲା। ୯ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଓ ଜୀବନ୍ତ ଧରାପଡିଥିବା ଆଉ ଏକ ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଦିଆଯାଇଥିଲା।

ଇଣ୍ଡିୟାନାରୁ ରିପବ୍ଳିକ୍ ସାଂସଦ ଜିମ୍  ବେକ୍ସଙ୍କ ପକ୍ଷରୁ ଆଗତ ହାଉସ ରିଜୋଲ୍ୟୁସନ୍(ସଂଖ୍ୟା ୧୬୦)ରେ ଦକ୍ଷିଣ ଏସିଆରେ ସ୍ବତନ୍ତ୍ର ଭାବରେ ପାକିସ୍ତାନ ଓ ବାଂଲାଦେଶରେ ସକ୍ରିୟ ଧାର୍ମିକ ସଂଗଠନ ଦ୍ବାରା ଲୋକତନ୍ତ୍ର ତଥା ମାନବାଧିକାର ନିକଟରେ ଆଗତ କରାଯାଇଥିବା ବିପଦ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ପ୍ରସ୍ତାବ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ପାଇଁ ଗୃହର ବୈଦେଶିକ ବ୍ୟାପାର ସମିତି ନିକଟକୁ ପଠାଇ ଦେଇଛନ୍ତି। ଗୁରୁବାର ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଅନ୍ୟ କେହି ସମର୍ଥନ କରିନାହାନ୍ତି।

ସମ୍ବନ୍ଧିତ ଖବର