ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୩ଟି ଭାରତୀୟ କମ୍ପାନୀ ଉପରୁ ବ୍ୟାନ୍ ହଟାଇଲା ଆମେରିକା, ଶୀତଳ ଯୁଦ୍ଧ ସମୟରେ ଲାଗୁ ହୋଇଥିଲା ପ୍ରତିବନ୍ଧକ

Published By : Swapna Ray | January 16, 2025 6:01 PM

ନୂଆଦିଲ୍ଲୀ, ୧୬।୧: ଆମେରିକା ସରକାର BARC ସମେତ ୩ ଭାରତୀୟ ପ୍ରତିଷ୍ଠାନ ଉପରୁ ଲାଗୁ ହୋଇଥିବା ପ୍ରତିବନ୍ଧକୁ ହଟାଇଛି । ଶୀତଳ ଯୁଦ୍ଧ ସମୟରେ ଇଣ୍ଡିଆନ୍ ରେୟାର ଆର୍ଥସ୍, ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଆଟମିକ୍ ରିସର୍ଚ୍ଚ ଏବଂ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ଏହି ତିନୋଟି ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ଗ୍ରହଣ କରିବାର ମାତ୍ର, କିଛି ଦିନ ପୂର୍ବରୁ ବିଡେନ ଆଡମିନିଷ୍ଟ୍ରେସନ୍ ଏଭଳି ନିଷ୍ପତ୍ତି ନେଇଛି । 

ବାଣିଜ୍ୟ ବିଭାଗର ଶିଳ୍ପ ଏବଂ ସୁରକ୍ଷା ବ୍ୟୁରୋ (ବିଆଇଏସ)ର କହିବାନୁସାରେ, ଆମେରିକୀୟ ପ୍ରଶାସନର ଏହି ପଦକ୍ଷେପ ମିଳିତ ଗବେଷଣା ଏବଂ ବିକାଶ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ସମେତ ଉନ୍ନତ ଶକ୍ତି ସହଯୋଗରେ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରି ଆମେରିକୀୟ ବୈଦେଶିକ ନୀତି ଉଦ୍ଦେଶ୍ୟକୁ ସମର୍ଥନ କରିବ । ଯାହା ସହଭାଗୀ ଶକ୍ତି ସୁରକ୍ଷା ଆବଶ୍ୟକତା ପାଇଁ ସହାୟକ ହେବ । BARC ଆମେରିକାର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ସ୍ୱାର୍ଥ ବିପରୀତ କାର୍ଯ୍ୟକଳାପ ପାଇଁ ପିପଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଅଧୀନରେ ୧୧ଟି ସଂସ୍ଥାକୁ ଏଣ୍ଟିଟି ତାଲିକାରେ ଯୋଡ଼ିଛି । ଆମେରିକା ଏବଂ ଭାରତ ଶାନ୍ତିପୂର୍ଣ୍ଣ ପରମାଣୁ ସହଯୋଗ ଏବଂ ସମ୍ବନ୍ଧିତ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଏବଂ ଗତ କିଛି ବର୍ଷ ଧରି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ମଜବୁତ କରିଛନ୍ତି । ଏହା ଦୁଇ ଦେଶ ଏବଂ ବିଶ୍ୱର ସେମାନଙ୍କର ଅଂଶୀଦାରମାନଙ୍କୁ ପରମାଣୁ ବିଜ୍ଞାନର ଭବିଷ୍ୟତ ସହିତ ଯୋଡ଼ିଛି ଓ ଲାଭ ଦେଇଛି ବୋଲି ବିଆଇଏସ କହିଛି । 

ଅନ୍ୟପଟେ ରପ୍ତାନି ପ୍ରଶାସନ ପାଇଁ ବାଣିଜ୍ୟ ବିଭାଗର ପ୍ରମୁଖ ଉପ ସହାୟକ ସଚିବ ମାଥ୍ୟୁ ବୋରମ୍ୟାନ କହିଛନ୍ତି ଯେ, ତିନୋଟି ଭାରତୀୟ ସଂସ୍ଥା ଉପରୁ ପ୍ରତିବନ୍ଧକ ଉଠାଇବା ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବ । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ନିବିଡ଼ ସହଯୋଗ ହୋଇପାରିବ । ଏହା ଆମେରିକା-ଭାରତ ସହଭାଗୀର ସାମଗ୍ରିକ ମହତ୍ୱାକାଂକ୍ଷା ଏବଂ ରଣନୈତିକ ଦିଗ ସହିତ ସମନ୍ୱିତ ଏବଂ ସମର୍ଥନ କରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.