PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆମେରିକା ନୌସେନା ସମୁଦ୍ର ଉପରେ ଦେଖିଲା ଗୋଲାକାର ୟୁଏଫ୍‌ଓ, ହଠାତ୍ ପାଣି ଭିତରେ ହୋଇଗଲା ଅଦୃଶ୍ୟ

ନ୍ୟୁୟର୍କ,୨୩।୫: ଏଲିଅନ୍ ଓ ୟୁଏଫଓକୁ ନେଇ ଆମେରିକା ସବୁବେଳେ ନିଜର ରିସର୍ଚ୍ଚ ଜାରି ରଖିଛି। ଏପରିକି ବାରମ୍ବାର ମଧ୍ୟ ଏଲିଅନର ଅସ୍ତିତ୍ବକୁ ନେଇ ଆମେରିକା ବିଭିନ୍ନ ଦାବି କରୁଛି। ନିକଟରେ ଆମେରିକା ସଂସଦରେ କୁହାଯାଇଥିଲା ଯେ, ସେନା ପାଖରେ ଏପର୍ଯ୍ୟନ୍ତ କଥିତ ୟୁଏଫ୍‌ଓକୁ ଦେଖିବା ନେଇ ୪୦୦ ରୁ ଅଧିକ ରିପୋର୍ଟ ରହିଛି। ୧୧ଥର ଖୁବ୍ ନିକଟରୁ ସୈନିକମାନେ ଦେଖିଛନ୍ତି। ଆଜି ଆମେ ଆମେରିକା ନୌସେନା ଦ୍ବାରା ନିଆଯାଇଥିବା ଏଭଳି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ,ଏକ ଗୋଲାକାର ୟୁଏଫ୍‌ଓ ଦେଖିବାକୁ ମିଳିଥିଲା।

୨୦୧୯ ରେ ଆମେରିକା ନୌସେନା ଏଭଳି ଭିଡିଓ କ୍ୟାପଚର କରିଛି, ଯେଉଁଥିରେ ଏକ ୟୁଏଫ୍‌ଓକୁ ସ୍ପଷ୍ଟ ଭାବରେ ଦେଖି ହେବ। ଏହି ୟୁଏଫ୍‌ଓ ସମୁଦ୍ରରୁ ନିଖୋଜ ହେବା ପୂର୍ବରୁ କ୍ୟାମେରା ସ୍କ୍ରିନ୍‌ରେ ବହୁତ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଏହି ୟୁଏଫ୍ଓ ବିଷୟରେ ଅଧିକ ସୂଚନା ନାହିଁ, କିନ୍ତୁ ପେଣ୍ଟାଗନ୍ ଏ ବିଷୟରେ କହିଥିଲା ଏହାର ଫୁଟେଜ୍ ଅନ୍ଥେଟିକ୍‌ ରହିଛି ଓ ଏକଦମ୍ ସତ। ୟୁଏଫଓଙ୍କ ଡକ୍ୟୁମେଣ୍ଟ କରୁଥିବା ଫିଲ୍ମ ମେକର ଜେରେମି କର୍ବେଲ ଏହି ଭିଡିଓକୁ ବର୍ତ୍ତମାନ ଅନଲାଇନ୍ ଉପଲବ୍ଧ କରାଇଛନ୍ତି।

ଜେରେମି କହିଛନ୍ତି, ଆମେରିକା ନୌସେନା ଗୋଲାକାର ୟୁଏଫ୍‌ଓ ଓ ଆଡଭାନ୍ସଡ ଟ୍ରାନ୍ସମିଡିୟମ ଭେଇକିଲ୍‌ର ଫଟୋ କ୍ୟାପଚର କରିଛନ୍ତି। ଏହାର କିଛି ଫୁଟେଜ୍ ମଧ୍ୟ ଦେଖିବାକୁ ମିଳିଛି। ଜେରେମି ନିଜର ଓ୍ବେବସାଇଟ୍‌ରେ ଏହି କ୍ଲିପ୍ ଓ ୟୁଏଫ୍‌ଓ ବିଷୟରେ ସବୁକିଛି ସେୟାର କରିଛି। ଜେରେମିଙ୍କ କହିବା ଅନୁସାରେ, ଭିଡିଓ ୨୦୧୯ରେ କ୍ୟାପଚର କରାଯାଇଥିଲା, କିନ୍ତୁ ପରେ ଏହାକୁ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା। କୁହାଯାଉଛି ଯେ, ଏହା ସାନ୍ ଡିଏଗୋ ଉପକୂଳରେ ନୌକାୟନ କରୁଥିବା ସମୟରେ ୟୁଏସ୍‌ଏସ୍‌ ଓମାହର କମ୍ବାଟ ଇନଫରମେସନ୍ ସେଣ୍ଟରରୁ ନିଆଯାଇଥିଲା।

ତେବେ ଭିଡିଓ ଟି ବହୁତ ଛୋଟ, ଏଭଳି ଲାଗୁଛି ଏହି ଅବଜେକ୍ଟ ପବନ ଓ ପାଣି ଦୁଇଟି ମାଧ୍ୟମରେ ଯାତ୍ରା କରିବାରେ ସକ୍ଷମ। ଏଥିରେ ଖୁବ୍ ଆଡଭାନ୍ସ ଭେଇକିଲ୍‌ ଲାଗୁଛି, ଯାହାକି ଏପର୍ଯ୍ୟନ୍ତ କୌଣସି ଯାନ ବାହାନ କିମ୍ବା ସେନାର ବାହାନ ତୁଳନାରେ ଅଧିକ ଉନ୍ନତ। ଏହି ଅବଜେକଟ ଖୁବ୍ ଛୋଟ, ରାଡାର ଇମେଜିଂରୁ ଜଣାପଡୁଛି ଯେ, ଅବଜେକ୍ଟର ବ୍ୟାସ ୨ ମିଟର। ଏହା ଖୁବ୍ ଦୃତ ଗତିରେ ଚାଲିଥାଏ, ତା’ର ସ୍ପିଡ୍‌ ଘଣ୍ଟାକୁ ୨୫୪ କିଲୋମିଟର ରହିଛି। ଏହି ଅବଜେକ୍ଟକୁ ଦେଖିବାର ତୁରନ୍ତ ପରେ ସବମରିନ୍‌ ଦ୍ବାରା ଏହାକୁ ଖୋଜା ଯାଇଥିଲା, କିନ୍ତୁ ସେ ପର୍ଯ୍ୟନ୍ତ ଅବଜେକ୍ଟ ବହୁତ ଦୂରକୁ ଯାଇ ସାରିଥିଲା। ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ବାହନ ନାହିଁ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆକାଶରେ ଉଡିପାରିବ ଓ ପାଣିରେ ମଧ୍ୟ ଯାତ୍ରା କରିପାରିବ।

ସମ୍ବନ୍ଧିତ ଖବର