ଷଡଯନ୍ତ୍ର ନା ଅସହାୟତା ? ଋଷ ଅସ୍ତ୍ରର ବିକଳ୍ପ ଖୋଜିବାକୁ ଭାରତର ସହାୟତା ମାଗୁଛି ଆମେରିକା

ନ୍ୟୁୟର୍କ,୨୮।୧: ୟୁକ୍ରେନ୍ ଉପରେ ଲଗାତାର ଋଷର ଆକ୍ରମଣ ଜାରି ରହିଛି। ଏଭଳି ସ୍ଥିତିକୁ ଦେଖି ଆମେରିକାର ଅନେକ ଆଶା ଏବେ ଭାରତ ଆଡକୁ ରହିଛି। ତେବେ ଏହି ଆଶା ପଛରେ ବାଇଡେନ୍ ପ୍ରଶାସନର କୌଣସି ଷଡଯନ୍ତ୍ର କିମ୍ବା ଅସହାୟତା ରହିଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ନିଜର ଭାରତ ଯାତ୍ରା ପୂର୍ବରୁ ଆମେରିକାର ରାଜନୈତିକ ମାମଲାର ସଚିବ, ଭିକ୍ଟୋରିଆ ନ୍ୟୁଲାଣ୍ଡ ସବୁ ସାଂସଦଙ୍କୁ କହିଛନ୍ତି, ଋଷ ସାମରିକ ଉପକରଣର ବିକଳ୍ପ ଖୋଜିବାରେ ଆମକୁ ଭାରତୀୟଙ୍କ ସାହାଯ୍ୟ ଦରକାର ହେବ। ଭାରତ ଏଭଳି ଦେଶ, ଯିଏକି ଏହି ଅପରେସନକୁ ସାହାଯ୍ୟ କରିପାରେ। ତେବେ ଆମେରିକାର ବୟାନକୁ ଭାରତ କେତେ ପସନ୍ଦ କରେ ତାହା ଏବେ ଦେଖିବାର ଅଛି, କାରଣ ପୁରା ଦୁନିଆ ଭାରତ ଓ ଋଷ ଭିତରେ ନିକଟତା ସମ୍ପର୍କରେ ଜଣାପଡିଛି। ଏଭଳି ସମୟରେ ଆମେରିକାକୁ ଭାରତ ସାହାଯ୍ୟ କରିବା ସମ୍ଭବ ବୋଲି ଜଣାପଡୁନି।
ଆମେରିକା ନେତା ଭିକ୍ଟୋରିଆ ନ୍ୟୁଲଣ୍ଡ କହିଛନ୍ତି, ଭାରତ ୬୦ ବର୍ଷ ହେବ ସମସ୍ୟା ଭିତରେ ଫଶି ରହିଛି, କିନ୍ତୁ ଦୁନିଆର ଭଲ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିପାରେ। ଆମେରିକାକୁ ଆଶା ରହିଛି, ଋଷ ସାମରିକ ଉପକରଣର ବିକଳ୍ପ ଖୋଜିବାରେ ଆମେରିକାକୁ ଭାରତ ସାହାଯ୍ୟ କରିବ। ତେବେ ଏହି ସମୟରେ ଆମେରିକାର ଅନେକ ସାଂସଦ ଭାରତର ପୁରୁଣା ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଋଷ ବିରୋଧରେ ଭୋଟିଂ କରିବାକୁ ଭାରତ ନିଜକୁ ଦୂରେଇ ରଖୁଛି। କ’ଣ ଋଷ ସହିତ ନିକଟତା ଭିତରେ ଆମେରିକାର ସାହାଯ୍ୟ କରିବ କି ଭାରତ ?