ୱାଶିଂଟନ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ,ଆମେରିକା ଭେନେଜୁଏଲାର ବର୍ତ୍ତମାନର ସରକାରଙ୍କୁ ସରକାରୀ ମାନ୍ୟତା ଦେଇଛି। ଏହାକୁ ଭେନେଜୁଏଲାକୁ ନେଇ ଆମେରିକାର ନୀତିରେ ବଡ଼ ପରିବର୍ତ୍ତନ ଭାବେ ଦେଖା ଯାଉଛି। ଟ୍ରମ୍ପ ଏହାର ଘୋଷଣା ସେତେବେଳେ କରିଛନ୍ତି ,ଯେବେ ଜାନୁଆରୀରେ ଆମେରିକୀୟ ସେନା ଭେନେଜୁଏଲା ଉପରେ ଆକ୍ରମଣ କରି, ସେଠାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ତାଙ୍କର ପତ୍ନୀ ସିଲିଆ ଫ୍ଲୋରେସଙ୍କ ସହ ବନ୍ଧକ କରି ନେଇ ଥିଲେ। ଆମେରିକା ମାଦୁରୋଙ୍କ ଉପରେ ନାର୍କୋ ଟେରରିଜିମର ଅଭିଯୋଗ ଲଗାଇଛି ଏବଂ ସେ ନ୍ୟୁୟର୍କରେ ଟ୍ରାଏଲର ଅପେକ୍ଷା କରୁଛନ୍ତି।

ଫ୍ଲୋରିଡାର କୋରଲରେ ଶିଲ୍ଡ ଅଫ୍ ଦ ଆମେରିକାଜ ସମିଟ୍‌ରେ ଟ୍ରମ୍ପ କହି ଥିଲେ , ମୋତେ ଏହା କହିବାରେ ଖୁସି ଅନୁଭବ ହେଉଛି ଯେ, ଚଳିତ ସପ୍ତାହରେ , ଆମେ ଭେନେଜୁଏଲା ସରକାରକୁ ସରକାରୀ ମାନ୍ୟତା ଦେଇଛୁ। ଆମେ ବାସ୍ତବରେ ତାଙ୍କୁ ଆଇନଗତ ଭାବେ ମାନ୍ୟତା ଦେଇ ସାରିଛୁ। ମାଦୁରୋଙ୍କ ଧରାପଡ଼ିବା ପରେ , ଭେନେଜୁଏଲାର ସୁପ୍ରିମକୋର୍ଟ କିଛି ସମୟ ପାଇଁ ହେଡ୍ ଅଫ୍ ଷ୍ଟେଟ୍ର ଡ୍ୟୁଟି ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ଟ୍ରାନ୍ସଫର କରି ଥିଲେ, ଯିଏକି ୫ ଜାନୁଆରୀରେ ସରକାରୀ ଭାବେ କାର୍ଯ୍ୟବାହକ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସେବେଠାରୁ ଆମେରିକା ଓ ଭେନେଜୁଏଲା ନିଜ ଭିତରେ ଦୀର୍ଘ ଦିନରୁ ଚାଲି ଆସିଥିବା ଉତ୍ତେଜନାପୂର୍ଣ୍ଣ ସଂପର୍କକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ଉଠାଇଛନ୍ତି।

ଟ୍ରମ୍ପ କିଛି ଦିନ ପୂର୍ବେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ବହୁତ ପ୍ରଶଂସା କରି ଥିଲେ କହିଥିଲେ ଯେ, ଡେଲସି ରୋଡ୍ରିଗେଜ ଭେନେଜୁଏଲାରେ ବହୁତ ଭଲ କାମ କରୁଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଥିଲେ – ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ବହୁତ ଭଲ କାମ କରୁଛନ୍ତି ଏବଂ ଆମେରିକୀୟ ପ୍ରତିନିଧିଙ୍କ ସହ ବହୁତ ଭଲ ଭାବେ ସହଯୋଗ ଦେଉଛନ୍ତି। ତୈଳର ଉତ୍ପାଦନ ଆରମ୍ଭ ହୋଇ ଯାଇଛି ଏବଂ ଉଭୟ ଦେଶ ମଧ୍ୟରେ ପେଶାଦାର ନୀତି ଓ ସମର୍ପଣ ଦେଖିବା ବହୁତ ଭଲ ଲାଗୁଛି।

ନିକଟରେ ଆମେରିକାର ଗୃହମନ୍ତ୍ରୀ ଡଗ୍ ବର୍ଗମ ଭେନେଜୁଏଲା ଗସ୍ତ କରିଥିଲେ। ସେ ଭେନେଜୁଏଲାରେ ତୈଳ ଓ ଖନନ କାର୍ଯ୍ୟକୁ ବୃଦ୍ଧି କରାଇବା ପାଇଁ ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ସହ କଥା ହୋଇ ଥିଲେ।