ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ଖୁବଶୀଘ୍ର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବେ । ମାଲେସିଆରେ ଆୟୋଜିତ କମ୍ବୋଡିଆ-ଥାଇଲ୍ୟାଣ୍ଡ ଶାନ୍ତି ବୁଝାମଣା ସ୍ବାକ୍ଷର ସମାରୋହରେ ଟ୍ରମ୍ପ ଏହି ଦାବି କରିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ, ଯେପରି ଆପଣ ଜାଣନ୍ତି ଯେ, ମୋ ସରକାର କେବଳ ଆଠ ମାସରେ ଆଠ ଯୁଦ୍ଧ ଶେଷ କରିଛନ୍ତି । ଆମେ ପ୍ରତି ମାସରେ ଗୋଟିଏ ଯୁଦ୍ଧ ଶେଷ କରୁଛୁ । ଏବେ ଆଉ ଗୋଟିଏ ବାକି ଅଛି, ପାକିସ୍ତାନ ଏବଂ ଆଫଗାନିସ୍ତାନ ବିବାଦ । କିନ୍ତୁ ଏହାକୁ ମଧ୍ୟ ମୁଁ ଖବଶୀଘ୍ର ଶେଷ କରିବାକୁ ଯାଉଛି । ସେ କହିଛନ୍ତି ଯେ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏବେ ଏବେ ବିବାଦ ଆରମ୍ଭ ହୋଇଛି । କିନ୍ତୁ ଏହି ଉଭୟ ଦେଶର ନେତା ମାନେ ଜାଣନ୍ତି ଏବଂ ଭରସା ମଧ୍ୟ ଅଛି ଏହି ମାମଲା ଖୁବଶୀଘ୍ର ଶେଷ ହୋଇଯିବ । ତାଙ୍କ ଭାଷଣର ଶେଷ ପର୍ଯ୍ୟାୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ପ୍ରଶାସନ ଯାହା କରିଛନ୍ତି, ଏଭଳି କୌଣସ ଆମେରିକା ରାଷ୍ଟ୍ରପତି କରିନାହାଁନ୍ତି । ସେ କହିଛନ୍ତି କି, ଅନ୍ୟ ରାଷ୍ଟ୍ରପତି ମାନେ ଯୁଦ୍ଧ ଆରମ୍ଭ କରନ୍ତି, କିନ୍ତୁ ଆମେ ଯୁଦ୍ଧ ଶେଷ କରୁ । ଏହା ହିଁ ଆମ ଭିତରେ ପାର୍ଥକ୍ୟ ...
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି କି, ଆମେ ଏହା କରି ଦେଖାଇଛୁ, ଯାହାକୁ ଲୋକମାନେ ଅସମ୍ଭବ ବୋଲି କହୁଥିଲେ । ଏପରି କିଛି ବୁଝାମଣା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ଏହା ଦକ୍ଷିଣପୂର୍ବ ଏସିଆର ଲୋକଙ୍କ ପାଇଁ ଐତିହାସିକ ଦିନ ।
ବର୍ତମାନ ସମୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମାରେ ହିଂସା ଜାରି ରହିଛି । ଏହି ସୀମା ୨୬୧୧ କି.ମି ଲମ୍ବା ସୀମା ବ୍ରିଟିସ ଶାସନ ସମୟରୁ ନିଶ୍ଚିତ କରାଯାଇଛି । ଯାହାକୁ ଆଫଗାନିସ୍ତାନ କେବେବି ଆନୁଷ୍ଠାନିକ ସହମତି ଦେଇନାହିଁ । ରିପୋର୍ଟ ମୁତାବକ ପାକିସ୍ତାନ ଏବେ ଆଫଗାନିସ୍ତାନ ଭିତରେ ଆତଙ୍କୀ ଆଡ୍ଡା ଉପରେ ଫାଇଟର ଜେଟ୍ ଆକ୍ରମଣ କରିଛି, ଯେତେବେଳେ କି ତାଲିବାନ ଯୋଦ୍ଧା ମାନେ ସୀମାରେ କିଛି ପୋଷ୍ଟକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି ।