ନୂଆଦିଲ୍ଲୀ: ଇରାନ ଆମେରିକା ଯୁଦ୍ଧରେ ଘଡିକେ ଘୋଡା ଛୁଟୁଛି। ଧମକ, ଯୁଦ୍ଧବିରତି ପୁଣି ବିସ୍ଫୋରଣ…ଏମିତି କେତେ ଘଟଣା କ୍ରମ ଦେଖିବାକୁ ମିଳିସାରିଲାଣି। କିନ୍ତୁ କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଇତି ମଧ୍ୟରେ ଆଜି (ବୁଧବାର) ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି, କାହିଁକି ନାଁ ଟ୍ରମ୍ପଙ୍କ ନାଲିଆଖିକୁ ବାରମ୍ବାର ବେଖାତିର କରି ଆସୁଛି ଇରାନ । ଆଉ ସେଥିପାଇଁ ବୋଧହୁଏ ଟ୍ରମ୍ପ ଏକ ନିଷ୍ପତି ନେଇଛନ୍ତି ଆଉ ସୋସିଆଲ ମିଡିଆରେ ଏକ ନୈରାଶ୍ୟଜନକ ବିବୃତ୍ତି ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆମେରିକା ଏବଂ ଇରାନ ଏବେ ଅତି ନିକଟରୁ ଏକାଠି ହୋଇ କାମ କରିବେ। ସେ ଆହୁରି ପୁଣି କହିଛନ୍ତି ଯେ, ଇରାନ ଏକ "ସଫଳ ଶାସନ ପରିବର୍ତ୍ତନ" ଦେଇସାରିଛି। ସେ ଦାବି କରିଛନ୍ତି ଯେ, ଇରାନରେ ଆଉ ୟୁରାନିୟମ ସମୃଦ୍ଧି କରାଯିବ ନାହିଁ ଏବଂ ଆମେରିକା ଇରାନ ସହିତ ମିଶି ଭୂତଳ ପରମାଣୁ ସାମଗ୍ରୀକୁ ବାହାରକୁ ଆଣିବା ପାଇଁ ଏକାଠି ହୋଇ କାମ କରିବ।

ଇରାନ ସହିତ କାମ କରିବ…

ଆମେରିକୀୟ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ପୂରା ଅଂଚଳ ଉପରେ ସାଟେଲାଇଟ୍ ନଜର ରଖାଯାଇଛି, ଯାହା ଫଳରେ ସମଗ୍ର ଅଞ୍ଚଳ ଉପରେ କଡା ନଜର ରଖାଯାଇପାରିବ। ଟ୍ରମ୍ପଙ୍କ ଅନୁଯାୟୀ, ଆକ୍ରମଣ ପରଠାରୁ ଏହି ସ୍ଥାନରେ କୌଣସି ପ୍ରକାରର ହେରଫେର କରାଯାଇ ନାହିଁ। ସେ ଏହା ମଧ୍ୟ ସୂଚିତ କରିଛନ୍ତି ଯେ ଶୁଳ୍କ ଏବଂ ପ୍ରତିବନ୍ଧକ ହ୍ରାସ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି ଏବଂ ୧୫ ଟି ପଏଣ୍ଟ ମଧ୍ୟରୁ ଅନେକ ଉପରେ ଚୁକ୍ତି ହୋଇଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ସ୍ପଷ୍ଟ କରିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାରେ ଚୀନ୍ ସକ୍ରିୟ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି ଯେ ଚୀନ୍ ନିରନ୍ତର ଏକ ଅସ୍ତ୍ରବିରତି ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି ଏବଂ ଉପସାଗରୀୟ ଅଞ୍ଚଳ ସମେତ ସମଗ୍ର ମଧ୍ୟପ୍ରାଚ୍ୟରେ ସ୍ଥିରତା ଫେରାଇ ଆଣିବାରେ "ଗଠନାତ୍ମକ ଭୂମିକା" ନିର୍ବାହ କରିବ।

ଚୀନର ପ୍ରତିକ୍ରିୟା ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଚୀନ ଇରାନକୁ ଆଲୋଚନା ଟେବୁଲକୁ ଆଣିବାରେ ସାହାଯ୍ୟ କରିଛି। ଏହି ମତ ଚୀନର ନିଜକୁ ମଧ୍ୟସ୍ଥି ଏବଂ ସନ୍ତୁଳନ ଶକ୍ତି ଭାବରେ ଉପସ୍ଥାପନ କରିବାର ଇଚ୍ଛାକୁ ସୂଚାଇଥାଏ, ବିଶେଷକରି ଯେତେବେଳେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଚୀନ୍ ପ୍ରକୃତରେ ଆଲୋଚନାକୁ ଆଗକୁ ବଢ଼ାଇବାରେ ସଫଳ ହୁଏ, ତେବେ ଏହା ବିଶ୍ୱ କୂଟନୀତିରେ ଏହାର ଭୂମିକାକୁ ଆହୁରି ମଜବୁତ କରିପାରିବ ଏବଂ ସଂଘର୍ଷକୁ କମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇପାରେ।

ଇରାନ କ୍ଷମତା ପରିବର୍ତ୍ତନ କରୁଛି...

ତଥାପି, ଏପରି ଦାବିକୁ ଆନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏକ ତୀବ୍ର ସାମରିକ ମୁକାବିଲା ହେଉଛି ଏବଂ ଏବେ, ସହଯୋଗ ଏବଂ ଚୁକ୍ତିନାମା ବିଷୟରେ ଆଲୋଚନା ହେଉଛି। ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ହିଁ ଏହା ସ୍ପଷ୍ଟ ହେବ ଯେ ଏହି ଅସ୍ତ୍ରବିରତି ଏବଂ ଚୁକ୍ତିନାମା କେତେ ସ୍ଥାୟୀ ହେବ। ଉଲ୍ଲେଖନୀୟ ଯେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପ୍ରାୟ ୪୦ ଦିନର ଯୁଦ୍ଧ ପରେ, ବୁଧବାର ସକାଳେ ଆଗାମୀ ଦୁଇ ସପ୍ତାହ ପାଇଁ ଏକ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

ଏହା ସହ ପଢନ୍ତୁ : ଇରାନ ରୁ ମିଆଁମାର ଯାଏଁ ଥିଲା ଅଖଣ୍ଡ ଭାରତର ସୀମା, ନିଜେ ପାକିସ୍ତାନ ଥିଲା ଏକ ବଡ ଅଂଶ, ଜାଣନ୍ତୁ କେମିତି ହୋଇଥିଲା ବିଭାଜନ…​​​​​​​