ନୂଆଦିଲ୍ଲୀ,୨୩/୦୫; ଭାରତ ଆମେରିକା ସମ୍ପର୍କ ସୁଧୁରିବ କି ? ଅଟକିଥିବା ଟ୍ରେଡ୍ ଡିଲ୍ ହେବ କି ? ଶୁଳ୍କ ପାଇଁ ସୃଷ୍ଟି ଉତ୍ତେଜନା ଶାନ୍ତ ପଡିବ କି ? ଆମେରିକା ବୈଦେଶିକମ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଥମ ସରକରୀ ଭାରତ ଗସ୍ତ କରି କୋଲକାତାରେ ପହଞ୍ଚିଛନ୍ତି । ଭାରତରେ ନବନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏହି ଉଚ୍ଚସ୍ତରୀୟ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି । ରୁବିଓଙ୍କ ଭାରତ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଏହ ଗସ୍ତ ଗତ ବର୍ଷ ମଧ୍ୟରେ ଦୁଇ ଦେଶ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଦୂର କରିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ, ଏହି ଗସ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ରଣନୀତି ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବହୁ ପ୍ରତୀକ୍ଷିତ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଏହା କ୍ୱାର୍ଡର ଭବିଷ୍ୟତ ସମ୍ପର୍କରେ ଚାଲିଥିଲା କଳ୍ପନାଜଳ୍ପନାର ମଧ୍ୟ ଅନ୍ତ କରିବ ।

​​​​​​​ଉତ୍ତେଜନା ବଢାଇଥିଲା ଶୁଳ୍କ- ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଭାରତ-ଆମେରିକା ସମ୍ପର୍କରେ ଯେଉଁ ଅବନତି ଆରମ୍ଭ ହୋଇଥିଲା, ତାହା ଟ୍ରମ୍ପଙ୍କ ଶାସନ କାଳରେ ମଧ୍ୟ ଥମିନାହିଁ ବୋଲି କୂଟନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ୍  ସମୟରେ ସମୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ଦାବି କଲେ । ଭାରତ ଘରୋଇ ରାଜନୈତିକ ମୋର୍ଚ୍ଚାରେ ଅସୁବିଧାର ସମ୍ମୁଖୀନ ହେଲା । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ଉତ୍ତେଜନାକୁ ଆହୁରି ତୀବ୍ର କରିଥିଲା ।

ଆତଙ୍କବାଦ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ - ସୁତ୍ର ଅନୁସାରେ ଭାରତ ଏହି ବୈଠକକୁ କେବଳ ତୈଳ କ୍ରୟ ପର୍ଯ୍ୟନ୍ତ ସୀମିତ ରଖିବା ସପକ୍ଷରେ ନାହିଁ । ଏହା ଏକ ସକ୍ରିୟ କ୍ୱାଡ୍ ବୈଠକ, ସୀମାପାର ଆତଙ୍କବାଦ ଉପରେ ଆମେରିକା ସହିତ ସହଯୋଗ, ଜିଇ ଇଞ୍ଜିନ ଭଳି ପ୍ରତିରକ୍ଷା ଉପକରଣ ଶୀଘ୍ର ଯୋଗାଁ ଏବଂ ଏକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଆହ୍ୱାନ କରିବ ।

ଅତୀକକୁ ଭୁଲି ନୂଆ ଆରମ୍ଭ କରିବା- ସୁତ୍ର ଅନୁଯାୟୀ ରୁବିଓଙ୍କ ଗସ୍ତ ଅତୀତକୁ ଭୁଲି ଏକ ନୂଆ ଆରମ୍ଭ ହେବ । ଭାରତ ଯିବା ପୂର୍ବରୁ ରୁବିa କହିଥିଲେ ଯେ, ସେ ଭାରତର ସସସ୍ତ ଶକ୍ତି ଅବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ । ସେ ଅଶୋଧିତ ତେଲ ବିଷୟରେ କହିଥିଲେ । ସେ ଏପରି ମଧ୍ୟ କହିଥିଲେ ଯେ, ଆମେରିକା ଭାରତ ଯେତେ ତେଲ ଚାହୁଁଛି ସେତିକି ଯୋଗାଇବ । ଯଦି ଏହି ବିଷୟରେ ଏକ ଚୁକ୍ତି ହୁଏ, ତେବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ମଧ୍ୟ ଆଗାମୀ ଦିନରେ ଭାରତ ଗସ୍ତ କରିପାରିବେ । ଆମେରିକା ଭାରତକୁ କେବଳ ଭେନେଜୁଏଲାର ତେଲ ଦେବ । ତଥାପି ବୈଦେଶିକ ମନ୍ତ୍ରଣାଳୟର ସୁତ୍ର କହିଛି ଯେ ତେଲ କ୍ରୟ କେଉଁ ମୂଲ୍ୟରେ ଉପଲବ୍ଧ ତାହା ଉପରେ ନିର୍ଭର କରିବ । ଯଦି ରୁଷ ପରି କମ ମୂଲ୍ୟରେ ତେଲ ଉପଲପ୍ଧ ହୁଏ, ତେବେ ଏହା ଭାରତର ସ୍ୱାର୍ଥରେ ହେବ ।

ଏହା ବି ପଢନ୍ତୁ...Ivanka Trump: ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ; ସାମ୍ନାକୁ ଆସିଲା ଇରାନ୍ କନେକ୍ସନ୍, ବ୍ଲୁ ପ୍ରିଣ୍ଟ କରିଥିଲା ସନ୍ଦିଗ୍ଧ